ନୂଆଦିଲ୍ଲୀ: ଶାରଜାହାରୁ ହାଇଦ୍ରାବାଦ ଯାଉଥିବା ବିମାନ କରାଚିରେ ଓହ୍ଲାଇଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନ କରାଚିରେ ଓହ୍ଲାଇଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ।
ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଗୋ ବିମାନ। ତେବେ ଅଧାବାଟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜଣାଇଥିଲେ, ଯାହା ପରେ ବିମାନଟିକୁ କରାଚି ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିମାନଟି କରାଚି ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀଙ୍କୁ ହାଇଦ୍ରାବାଦ ଆଣିବାକୁ ଆଉ ଏକ ବିମାନ ଇଣ୍ଡିଗୋ କର୍ତ୍ତୃପକ୍ଷ ପଠାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଦୁଇ ସପ୍ତାହ ମଧ୍ୟରେ କରାଚିରେ ଅବତରଣ କରିବାରେ ଏହା ହେଉଛି ଦ୍ୱିତୀୟ ଭାରତୀୟ ବିମାନ। ଏହାପୂର୍ବରୁ ସ୍ପାଇସଜେଟ୍ ବିମାନକୁ ମଧ୍ୟ ପାକିସ୍ତାନର ଏହି ବିମାନବନ୍ଦରରେ ଅବତରଣ କରିବାକୁ ପଡିଥିଲା। ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ କରାଚିରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ ପାଇଲଟ।
After the pilot of the Sharjah-Hyderabad flight observed a technical defect in the aircraft, as a precaution the aircraft was diverted to Karachi, Pakistan. An additional flight is being sent to Karachi to fly the passengers to Hyderabad: IndiGo airlines
— ANI (@ANI) July 17, 2022
The post ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନ ପାକିସ୍ତାନରେ ଲ୍ୟାଣ୍ଡ କଲା appeared first on Odisha Reporter.
from Odisha Reporter https://ift.tt/VYEbTkP
No comments:
Post a Comment