ଟିନା ଡାବିଙ୍କ ଠାରୁ ଛାଡପତ୍ର ପରେ ପୁଣି ବିବାହ କରିବେ ଅତହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 2, 2022

ଟିନା ଡାବିଙ୍କ ଠାରୁ ଛାଡପତ୍ର ପରେ ପୁଣି ବିବାହ କରିବେ ଅତହର

ନୂଆଦିଲ୍ଲୀ: ୟୁପିଏସ୍‌ସି ଟପ୍ପର ଏବଂ ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ତଥା ଆଇଏସ୍‌ ଅତହର ଆମୀର ପୁଣି ହାତକୁ ଦି ହାତ  ହେବାକୁ ଯାଉଛନ୍ତି। ସେ ଡାକ୍ତର ମେହରୀନ କାଜିଙ୍କ ସହ ବିବାହ କରିବେ। ନିକଟରେ ଅତହରଙ୍କ ପ୍ରଥମ ପତ୍ନୀ ଟିନା ଡାବି ରାଜସ୍ଥାନର ପ୍ରତ୍ନତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ପ୍ରଦୀପ ଗାୱାଣ୍ଡେଙ୍କ ସହ ବିବାହ କରିଥିଲେ। ଏବେ ଅତହର ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୫ ୟୁପିଏସ୍‌ସି ପରୀକ୍ଷାରେ ଅତହର ଟପ୍ପର ହୋଇଥିଲେ। ସେ ଦ୍ୱିତୀୟ ରାଙ୍କ ହାସଲ କରିଥିଲେ। ଟିନା ଡାବି କିନ୍ତୁ ପ୍ରଥମ ରାଙ୍କ ପାଇଥିଲେ। ଟ୍ରେନିଂ ବେଳେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ। ଏହାପରେ ୨୦୧୮ରେ ଦୁହେଁ ବିବାହ କରିଥିଲେ। ଟିନା କହିଥିଲେ ଯେ ସେ ପ୍ରଥମ ଦେଖାରେ ହିଁ ଅତହରଙ୍କୁ ପ୍ରେମ କରିଥିଲେ। କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ରେ ଉଭୟ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଯାହାକୁ ୨୦୨୧ ଅଗଷ୍ଟ ମାସରେ ମଞ୍ଜୁରୀ ମିଳିଥିଲା।

ଏବେ ଅତହର ମେହରୀନ କାଜିଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ତେବେ ବିବାହ କେଉଁ ଦିନ ହେବ ସେ ନେଇ କିଛି ସୂଚନା ମିଳିନାହିଁ। କିନ୍ତୁ କେକେ ଷ୍ଟୁଡିଓ ତରଫୁର ଏକ ଭିଡିଓ ଶେଆର କରାଯାଇଛି, ଯେଉଁଥିରେ ଅତହର ଓ ମେହରୀନ ପରସ୍ପର ହାତ ଧରି ଚାଲୁଥିବା ଦେଖିବାକୁ ମିଳିଛି। ଉଭୟଙ୍କୁ ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ଅକ୍ଟୋବର ମାସରେ ଦୁହେଁ ବିବାହ କରିବାକୁ ଯାଉଥିବା କୁହାଯାଉଛି।

ସୂଚନାନୁସାରେ, ଅତହର ଆମୀର ଖାନ ବର୍ତ୍ତମାନ ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେସନର କମିଶନର ତଥା ଶ୍ରୀନଗର ସ୍ମାର୍ଟ ସିଟି ଲିମିଟେଡର ସିଇଓ ଅଛନ୍ତି। ୨୯ ବର୍ଷୀୟ ଅତିହର ମୂଳରୂପେ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବାସିନ୍ଦା। ସେ ଆଇଆଇଟି ମାଣ୍ଡିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ବି.ଟେକ୍ କରିଥିଲେ। ଏହା ପରେ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଟିନା ଡାବିଙ୍କ ସହ ବିବାହ କରିବା ସମୟରେ ଅତହର ରାଜସ୍ଥାନରେ ପୋଷ୍ଟେଡ୍‌ ଥିଲେ, କିନ୍ତୁ ଛାଡପତ୍ର ପରେ ସେ ଜମ୍ମୁକଶ୍ମୀରର କ୍ୟାଡର ନେଇ ନିଜ ଗୃହ ରାଜ୍ୟକୁ ଚାଲିଆସିଥିଲେ। ସେହିପରି ଟିନା ଡାବି ମୂଳତଃ ଦିଲ୍ଲୀ ବାସିନ୍ଦା।

ନିକଟରେ ଟିନାଙ୍କ ଭଉଣୀ ରିୟା ମଧ୍ୟ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ମାତ୍ର ୨୩ ବର୍ଷ ବୟସରେ ଏହି ପରୀକ୍ଷାକୁ ପାସ୍‌ କରିଥିବା ସର୍ବକନିଷ୍ଠ ପ୍ରାର୍ଥୀ ଅଟନ୍ତି। ଅନ୍ୟପଟେ ଟିନା ଡାବିଙ୍କ ସ୍ୱାମୀ ଆଇଏଏସ୍ ପ୍ରଦୀପ ଗାୱାଣ୍ଡେ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା। UPSC ପରୀକ୍ଷା ପାସ୍‌ କରିବା ପୂର୍ବରୁ ସେ MBBS ମଧ୍ୟ କରିଛନ୍ତି। ଟିନାଙ୍କ ସହ ତାଙ୍କର ବିବାହ ବେଶ୍‌ ଚର୍ଚ୍ଚାରେ ଥିଲା। କାରଣ  ମଧ୍ୟ ଏହା ଉଭୟଙ୍କ ଦ୍ୱିତୀୟ ବିବାହ ଥିଲା।

The post ଟିନା ଡାବିଙ୍କ ଠାରୁ ଛାଡପତ୍ର ପରେ ପୁଣି ବିବାହ କରିବେ ଅତହର appeared first on Odisha Reporter.



from Odisha Reporter https://ift.tt/GH4QLeP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages