କେମିତି ହୋଇଥିଲା କହ୍ନେୟାଲାଲଙ୍କ ମୁଣ୍ଡକାଟ୍‌? ପ୍ରତ୍ୟେକ୍ଷଦର୍ଶୀ ବଖାଣିଲେ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 2, 2022

କେମିତି ହୋଇଥିଲା କହ୍ନେୟାଲାଲଙ୍କ ମୁଣ୍ଡକାଟ୍‌? ପ୍ରତ୍ୟେକ୍ଷଦର୍ଶୀ ବଖାଣିଲେ ପୂରା ଘଟଣା

ଜୟପୁର: ରାଜସ୍ଥନା ଉଦୟପୁରରେ ହିନ୍ଦୁ ଦରଜି କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣାକୁ ୫ ଦିନ ବିତି ଗଲାଣି। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ପଠାଯାଇଛି। ଏହି ତାଲିବାନୀ ହତ୍ୟାକାଣ୍ଡକୁ ନେଇ ପୂରା ଦେଶରେ ବିରୋଧ ଜାରି ରହିଛି। ଏହାରି ଭିତରେ କେମିତି ହୋଇଥିଲା କହ୍ନେୟେଲାଲ ମୁଣ୍ଡକାଟ୍‌। ହସ୍ପିଟାଲ ବେଡ୍‌ରୁ ସେ ଦିନର ପୂରା ଛାତିଥରା କାହାଣୀ ବଖାଣିଛନ୍ତି ପ୍ରତ୍ୟେକ୍ଷଦର୍ଶୀ।

ଉଦୟପୁରରେ କହ୍ନେୟାଲାଲ ଘଟଣାକୁ ନେଇ କର୍ଫ୍ୟୁ ଜାରି ହୋଇଛି। ସାରା ଦେଶରେ ଏହି ଘଟଣାକୁ ହଇଚଇ ଖେଳିଯାଇଛି। ଏହାମଧ୍ୟରେ ପ୍ରଥମଥର ପାଇଁ କ୍ୟାମେରା ଆଗକୁ ଆସିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଈଶ୍ୱରଲାଲ୍। କହ୍ନେୟାଲାଲଙ୍କ ଦୋକାନରେ କାମ କରୁଥିବା ୪୫ ବର୍ଷୀୟ ଈଶ୍ୱରଲାଲ ଏବେ ହସ୍ପିଟାଲରେ ଅଛନ୍ତି। ଅନ୍ୟ ଜଣେ କାରିଗର ରାଜକୁମାର ଘରେ ଅଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଜୁନ ୨୮ ତାରିଖରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡ ଦିନ ଦୋକାନରେ ଦୁହେଁ ଉପସ୍ଥିତ ଥିଲେ। ପ୍ରାୟ ୨ ଟା ୩୦ରେ ଅଭିଯୁକ୍ତ ରିୟାଜ ଏବଂ ଗୋସ୍ ମହମ୍ମଦ ଗ୍ରାହକ ହୋଇ ଦୋକାନକୁ ଆସିଥିଲେ। କୁର୍ତା ଏବଂ ପାଇଜାମା ମାପ ନେବାକୁ କହିଥିଲେ। କହ୍ନେୟାଲାଲ ମାପ ନେଇଥିଲେ। ଠିକ ସେହି ସମୟରେ ଅଚାନକ ୨ ଅଭିଯୁକ୍ତ କହ୍ନେୟାଲାଲଙ୍କୁ ଏକ ବଡ ଛୁରୀରେ ଆକ୍ରମଣ କରିବା ଆରମ୍ଭ କରିଥିଲେ।

କହ୍ନେୟାଲାଲଙ୍କୁ ବଞ୍ଚାଇବା ବେଳେ ତାଙ୍କୁ ମଧ୍ୟ ୨ ଅଭିଯୁକ୍ତ ଆକ୍ରମଣ କରିଥିଲେ। ଈଶ୍ୱରଲାଲଙ୍କ କାନ୍ଧ ଏବଂ ମୁଣ୍ଡରେ ଆଘାତ ଲାଗିଥିଲା। ବଞ୍ଚାଇବା ପାଇଁ ସେମାନେ ପାଟି କରି ସହାୟତା ମାଗିଥିଲେ, ହେଲେ ଭୟରେ କେହି ଆସିନଥିଲେ। କହ୍ନେୟାଲାଲଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ମୃତ୍ୟୁ ପରେ ବି ୨ ଅଭିଯୁକ୍ତ ତାଙ୍କୁ ଛୁରୀ ମାରି ଚାଲିଥିଲେ ବୋଲି ଈଶ୍ୱରଲାଲ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜୁନ ୨୮ରେ ଦିନ ଦ୍ୱିପହରେ କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ଗସ ମହମ୍ମଦ ଓ ରିୟାଜ ଭିଡିଓ ଶେଆର କରି ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲେ। ଏହାପରେ ରାଜସ୍ଥାନ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏହାପରେ ଏହି ହତ୍ୟା ମାମଲାର ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଆଉ ଦୁଇ ଅଭିଯୁକ୍ତ ମୋହସିନ ଓ ଆସିଫଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏନ୍‌ଆଇଏ ଏହି ଘଟଣାର ତଦନ୍ତ ଜାରି ରଖିଛି।

The post କେମିତି ହୋଇଥିଲା କହ୍ନେୟାଲାଲଙ୍କ ମୁଣ୍ଡକାଟ୍‌? ପ୍ରତ୍ୟେକ୍ଷଦର୍ଶୀ ବଖାଣିଲେ ପୂରା ଘଟଣା appeared first on Odisha Reporter.



from Odisha Reporter https://ift.tt/2kcNxig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages