ନୂଆଦିଲ୍ଲୀ: ହରିୟାଣା ବିଜେପିର ଆଇଟି ସେଲ୍ ମୁଖ୍ୟ ଅରୁଣ ଯାଦବଙ୍କୁ ଗୁରୁବାର ନିଜ ପଦରୁ ହଟାଇ ଦିଆଯାଇଛି। ମୁସଲିମ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟ୍ୱିଟ ଦେଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅରୁଣ ଯାଦବଙ୍କୁ ଗିରଫ କରିବା ପାଇଁ ବାରମ୍ବାର ଦାବି ଉଠିବା ପରେ ପାର୍ଟି ତରଫରୁ ଏପରି ପଦକ୍ଷେପ ନିଆଯାଇଛି।
ଅରୁଣ ଯାଦବଙ୍କୁ ନିଜ ସୋଶାଲ ମିଡିଆ ପୋଷ୍ଟ ପାଇଁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏପରିକି ତାଙ୍କ ଟ୍ୱିଟକୁ ବିରୋଧୀମାନେ ବ୍ୟାପକ ଭାବେ ଭାଇରାଲ କରିବାରେ ଲାଗିଛନ୍ତି।ଅରୁଣ ୨୦୧୭ ମସିହାରେ ଓ ଗତ ମେ’ ମାସରେ କରିଥିବା ବିବାଦୀୟ ଟ୍ୱିଟକୁ ବହୁ ମାତ୍ରାରେ ଶେଆର କରାଯାଉଛି। ଏଥିସହ ଟ୍ୱିଟରରେ #ଆରେଷ୍ଟଅରୁଣଯାଦବ ଏବେ ଖୁବ୍ ଟ୍ରେଣ୍ଡ କରୁଛି।
୨୦୧୮ ମସିହାରେ ଏକ ବିବାଦୀୟ ଟ୍ୱିଟ ପାଇଁ ଫ୍ୟାକ୍ଟ ଚେକିଂ ୱେବସାଇଟ ଅଲ୍ଟ ନ୍ୟୁଜର ସହ ସଂସ୍ଥାପକ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଅରୁଣଙ୍କ ପ୍ରତି କାହିଁକି କୋହଳ ମନୋଭାବ ପୋଷଣ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।
ହେଲେ ଏପର୍ଯ୍ୟନ୍ତ ଅରୁଣଙ୍କ ନାଁରେ ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ବେଳେ ବିଜେପିରୁ ବି ତାଙ୍କୁ ବାହାର କରାଯାଇ ନ ଥିବା ଜଣାଯାଇଛି।
The post ନିଜ ପଦରୁ ତଡ଼ା ଖାଇଲେ ହରିୟାଣା ବିଜେପିର ଆଇଟି ସେଲ୍ ମୁଖ୍ୟ appeared first on Odisha Reporter.
from Odisha Reporter https://ift.tt/12QpWuX
No comments:
Post a Comment