ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା। ତା’ ପୂର୍ବରୁ ଆଜି ଅପରାହ୍ନ ୪ଟା ଯାଏ ସନ୍ଧ୍ୟା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅପରପକ୍ଷେ, ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ କିଭଳି ସଅଳ ନୀତିକାନ୍ତି କରାଯିବ, ସେ ନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ହୋଇଛି। ସୁନାବେଶରେ ଏଥର ପ୍ରବଳ ଜନସମାଗମ ହେବା ଦୃଷ୍ଟିରୁ ରାତି ଗୋଟାଏ ଯାଏଁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ସୁନାବେଶ ସମୟରେ ବିଗ୍ରହଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ ଓ ତିନି ରଥର ଉଭୟ ପାର୍ଶ୍ୱରେ ପାଇପ୍ ଲଗାଯିବ ବୋଲି ନିଷ୍ପତ୍ତି ହୋଇଛି।
The post ଆସନ୍ତାକାଲି ବାହୁଡ଼ା ଯାତ୍ରା, ଆଜି ଅପରାହ୍ନ ୪ଟାରୁ ଜଗାକୁ ଦର୍ଶନ କରିପାରିବେନି ଭକ୍ତ appeared first on Odisha Reporter.
from Odisha Reporter https://ift.tt/NDdhvFV
No comments:
Post a Comment