ବିଟ୍ରେନ କ୍ଷମତା: ବିଜୟ ଅଭିମୁଖେ ସୁନକଙ୍କ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 19, 2022

ବିଟ୍ରେନ କ୍ଷମତା: ବିଜୟ ଅଭିମୁଖେ ସୁନକଙ୍କ ଯାତ୍ରା

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ରାଜ କରିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ଚଥୁର୍ତ ରାଉଣ୍ଡ ସୁଦ୍ଧା ସୁନକ ୧୧୮ ଭୋଟ୍‌ ପାଇ ବିଜୟ ଅଭିମୁଖେ ଅଗ୍ରସର ହୋଇଛନ୍ତି। ଯଦି ତାଙ୍କର ଏଭଳି ସଫଳତାର ଅଭିଯାନ ଜାରି ରୁହେ ତେବେ ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କୁ ହଟାଇ କଞ୍ଜରଭେଟିଭ ପାର୍ଟିରେ ନେତା ହୋଇ ପାରନ୍ତି। ଗତିକାଲି ଚତୁର୍ଥ ରାଉଣ୍ଡ ଭୋଟ୍‌ ହୋଇ ଥିଲା। ଏଥିରେ ରୁଷି ସୁନକ ଏକ ନମ୍ବର ସ୍ଥାନ ହାସଲ କରିଥିବା ବେଳେ ଭୋଟ ସେୟାର ୧୧୫ରୁ ୧୧୮କୁ ବୃଦ୍ଧି ପାଇଛି। ତାଙ୍କ ବିପକ୍ଷରେ  ମନ୍ତ୍ରୀ ପେନ୍ୟ ମୋରଡାଣ୍ଟ ୯୨ ଭୋଟ  ଏବଂ ବୈଦେଶିକ ସଚିବ  ଲିଜ୍‌ ଟ୍ରସସ୍‌  ୮୬ଟି ଭୋଟି ପାଇଥିଲେ। ବୁଧବାର ଏହି ୩ ଜଣ ପ୍ରାର୍ଥୀ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି।

ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନ୍‌ରେ ଏମପି ଥିବା ସୁନକଙ୍କୁ ଗତକାଲି ୧୧୮ ଜଣ ଏମପି ସମର୍ଥନ କରଥିଲେ। ଏହା ପୂର୍ବରୁ ହୋଇଥିବା ଭୋଟରେ ସୁନଙ୍କ ପ୍ରତି ୧୧୫ ଜଣ ଟୋରି (କଞ୍ଜରଭେଟିଭ୍) ସାଂସଦ ସମର୍ଥନ ଜଣାଇଥିବା ବେଳେ ତାଙ୍କ ପଛରେଥିଲେ  ପେନ୍ନି ମୋର୍ଡଣ୍ଟ ।

ଯାହାଙ୍କ ପ୍ରତି ୮୨ ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା  ତାଙ୍କ ପଛକୁ ଲିଜ୍ ଟ୍ରସ୍ସ, କେମି ବ୍ୟାଡେନୋଚ ଓ ଟମ୍ ‌ଟୁଗେନ୍ଧାତ ଯଥାକ୍ରମେ ୭୧, ୫୮ ଓ ୩୧ଟି ଭୋଟ ପାଇଥିଲେ। ସୂଚନାଯୋଗ୍ୟ ସୋମବାର ହୋଇଥିବା ଭୋଟ୍‌ରେ ଋଷି ସୁନକ ସର୍ବାଧିକ ୧୧୫ଟି ଭୋଟ ପାଇଛନ୍ତି। ସବୁଠାରୁ କମ୍ ୩୧ଟି ଭୋଟ ପାଇଥିବାରୁ ଟମ୍ ଟୁଗେନ୍ଦାତ ପ୍ରତିଦ୍ୱନ୍ଦିତାରୁ ବାଦ୍ ପଡ଼ିଛନ୍ତି। ଶେଷକୁ ଦୁଇଜଣ ମାତ୍ର ପ୍ରତିଦ୍ୱନ୍ଦିତା ରହିବା ପର୍ଯ୍ୟନ୍ତ ଏହିପରି ଭୋଟ୍ ପ୍ରକ୍ରିୟା ଜାରି ରହିବ। ତା’ପରେ ପାର୍ଟି ସଦସ୍ୟମାନେ ଭୋଟ୍ ଦେଇ ଶେଷ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଦଳର ନେତା ବାଛିବେ। ଯିଏ ଦଳର ନେତା ହେବେ ସେ ହେବେ ପ୍ରଧାନମନ୍ତ୍ରୀ।

The post ବିଟ୍ରେନ କ୍ଷମତା: ବିଜୟ ଅଭିମୁଖେ ସୁନକଙ୍କ ଯାତ୍ରା appeared first on Odisha Reporter.



from Odisha Reporter https://ift.tt/5FEgOd3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages