ନୂଆଦିଲ୍ଲୀ: ଟିକାକରଣରେ ଭାରତର ମାଇଲଷ୍ଟୋନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଲ ଗେଟ୍ସ । ଭାରତରେ ୨୦୦ କୋଟି ଡୋଜ୍ ଟିକାକରଣ ହୋଇସାରିଥିବା ବେଳେ ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ । ଟ୍ୱିଟ୍ କରି ବିଲ୍ ଗେଟ୍ସ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା ଟିକାକରଣରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତ ଛଡ଼ା କେବଳ ଚୀନ୍ରେ ସର୍ବାଧିକ ଟିକାକରଣ ହୋଇଛି । ୧୬ ଜାନୁଆରୀ ୨୦୨୧ରୁ ଦେଶରେ ଭ୍ୟାକସିନେସନ୍ କାଯର୍ୟକ୍ରମ ଆରମ୍ଭ ହୋଇଥିଲା ।
୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏଁ ୨୦୦ କୋଟି ମାର୍କକୁ ପାର କରିଛି । ଏହି ଅଭିଯାନରେ ୫ କୋଟି ୪୮ ଲକ୍ଷ ବୁଷ୍ଟର ଡୋଜ୍ ବି ରହିଛି। ପ୍ରଥମ ୧୦୦ କୋଟି ଟିକାକରଣ ୨୭୭ ଦିନରେ ହାସଲ ହୋଇଥିଲା । ତାସହ ଗୋଟିଏ ଦିନରେ ଅଢ଼େଇ କୋଟି ଟିକା ନେବା ଭଳି ବିରଳ ରେକର୍ଡ ବି ଭାରତରେ ହୋଇଛି। ଏବେ ଦେଶରେ ୧୪ ହଜାରରୁ ଅଧିକ ସେଣ୍ଟରରେ ଟିକା ନେଉଛନ୍ତି ଲୋକେ । ଏବେ ସୁଦ୍ଧା ଦେଶର ୯୬ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଓ ୮୭ ପ୍ରତିଶତ ଲୋକ ଦୁଇଟି ଡୋଜ୍ ଟିକା ଲଗାଇଛନ୍ତି ।
କୋଭିଡ୍-୧୯ ଟିକାକରଣ କ୍ଷେତ୍ରରେ ୨୦୦ କୋଟି ଡୋଜ୍ ଅତିକ୍ରମ କରିଯାଇଥିବାରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦେଶକ ଡାକ୍ତର ପୂନମ କ୍ଷେତ୍ରପାଳ ସିଂହ ମଧ୍ୟ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ସଂକ୍ରମିତ ହେଉଥିବା ମହାମାରୀର ପ୍ରଭାବକୁ ସୀମିତ କରିବା ଲାଗି ଦେଶର ପ୍ରତିବଦ୍ଧତା ଏବଂ ଉଦ୍ୟମର ଏହା ଆହୁରି ଗୋଟାଏ ପ୍ରମାଣ ବୋଲି ସେ କହିଛନ୍ତି।
The post ଟିକାକରଣରେ ଭାରତର ରେକର୍ଡ଼: ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଲ୍ ଗେଟ୍ସ appeared first on Odisha Reporter.
from Odisha Reporter https://ift.tt/dJ2hN04
No comments:
Post a Comment