ବିଷ ପିଇ ନାବାଳକର ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 25, 2022

ବିଷ ପିଇ ନାବାଳକର ମୃତ୍ୟୁ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଉଦୟପୁର ଗାଁରେ ବିଷ ପିଇ ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ହେଲେ ମାନସ ଦାସ। ସେ ଚତୁର୍ଥ ଶ୍ରେଣୀ ଛାତ୍ର ଥିଲେ।

ଗତକାଲି ମାନସ ସ୍କୁଲରେ ଫେରିବା ପରେ ଧାନ ଚାଷ ପାଇଁ ରଖାଯାଇଥିବା ବିଷକୁ ପିଇ ଦେଇଥିଲେ। କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। କାହିଁକି ପୁଅକୁ ବାନ୍ତି ହେଲା ବୋଲି ପରିବାର ଲୋକ ସନ୍ଦେହ କରିଥିଲେ। ମାନସଙ୍କ ଦେହ ଅଧିକ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଆଗରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାନସଙ୍କର ମୃତ୍ୟୁ ଘଟିଥିଲା।

ମାନସଙ୍କ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି। ପାରିବାରିକ କଳହ ଯୋଗୁ ଏପରି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ମାନସଙ୍କ ବାପା କହିଛନ୍ତି, ପୁଅ ସ୍କୁଲରୁ ଫେରିବା ପରେ ମୋ ସହ ଭାତ ଖାଇଥିଲା। ଖାଇବା ବେଳେ ତାକୁ ବାନ୍ତି ହୋଇଥିଲା।  କାହିଁକି ବାନ୍ତି ହେଉଛି ବୋଲି ମୁଁ ପଚାରିବାରୁ ପୁଅ କିଛି କହି ନଥିଲା। ପରେ ତା ମା’କୁ ବିଷ ପିଇ ଦେଇଛି ବୋଲି କହିଥିଲା।

The post ବିଷ ପିଇ ନାବାଳକର ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/xTq4f0U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages