ବୋଟାଡ: ଦୀର୍ଘ ବର୍ଷ ହେଲାଣି ଗୁଜରାଟରେ ମଦକୁ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ବିହାର ଭଳି ଗୁଜରାଟ ମଧ୍ୟ ଗୋଟିଏ ଡ୍ରାଏ ରାଜ୍ୟ। ଅର୍ଥାତ ଏଠାରେ ମଦ ମିଳେନାହିଁ। କିନ୍ତୁ ମଦ ମିଳୁ ନଥିବା ଗୁଜରାଟରେ ବିଷାକ୍ତ ମଦର ଭଣ୍ଡାର ରହିଛି। ଏହି ବିଷାକ୍ତ ମଦ ପିଇ ବୋଟାଡ ଜିଲ୍ଲାର ରୋଜିଦ ଗାଁରେ ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୪୦ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଷାକ୍ତ ମଦ ବିକ୍ରି କାରବାରରେ ଲିପ୍ତ ଥିବା ୧୦ ଜଣଙ୍କୁ ପୁଲିସ୍ ଗିରଫ କରି ଅଧିକ ତଦନ୍ତ କରୁଥିବା ଡିଜିପି ଆଶିଷ ଭାଟିଆ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ସୋମବାର ସକାଳୁ ଏହି ଘଟଣା ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ବାରଭାଲା ତାଲୁକା ଅଧୀନରେ ଥିବା ରୋଜିଦା ଗାଁ ଓ ଏହାର ଆଖ ପାଖ ଅଞ୍ଚଳରେ ରହୁଥିବା କିଛି ଲୋକଙ୍କ ଅବସ୍ଥା ସୋମବାର ସକାଳୁ ଖରା ହୋଇଥିଲା। ଏଥିପାଇଁ ସେମାନଙ୍କୁ ବାରଭାଲା ଓ ବୋଟାଡ ସହରରେ ଥିବା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରୀକ୍ଷାରୁ ବିଷାକ୍ତ ମଦ ସମ୍ପର୍କରେ ଖବର ମିଳିଥିଲା।
ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ୨ ଜଣ ପରେ ୮ ଜଣଙ୍କ ଜୀବନ ଯାଇଥିଲା। ଏହାପରେ ରାତି ସମୟରେ ଆଉ ୯ ଜଣ ଆଖି ବୁଜିଛନ୍ତି। ଏବେ ଅସୁସ୍ଥ ଥିବା ପ୍ରାୟ ୪୦ ଜଣଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଅଧିକାଂଶ ମୃତାହତ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି।”
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ରବିବାର ରାତିରେ ଭାଟିରୁ ମଦ ପିଇ ଘରକୁ ଆସିଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସୋମବାର ସକାଳୁ ଅନ୍ୟ ଲୋକଙ୍କ ସହ ତାଙ୍କ ସ୍ୱାମୀ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି। ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ହିମତଭାଇ ଏବେ ସୁସ୍ଥ ହେଉଛନ୍ତି। ତାଙ୍କ ସୂଚନା ଅନୁସାରେ, ସେ ଓ ଆଉ କିଛି ଲୋକ ରବିବାର ରାତିରେ ବେଆଇନ ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ମଦ କିଣିଥିଲେ। ଏହାକୁ ପିଇବା ପରେ ପ୍ରାୟ ୧୫ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ।
ମଦ ନିଷେଦ୍ଧ ଥିବା ବେଳେ ଏପରି ଘଟଣା ସମସ୍ତଙ୍କୁ ଚିକିତ କରିଛି। ପ୍ରଶାସନ ଓ ପୁଲିସ୍ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଭାବନଗର ରେଞ୍ଜର ଆଇଜି ଅଶୋକ କୁମାର ବୋଟାଡ ସିଭିଲ ହସ୍ପିଟାଲ ଯାଇ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଡେପୁଟି ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ନେଇ ଏସ୍ଆଇଟି ଗଠନ କରାଯାଇଛି। ଏସଆଇଟି ଘଟଣାର ବିସ୍ତୃତ ତଦନ୍ତ କରିବା ସହ ବେଆଇନ ମଦ କାରବାର କରୁଥିବା ଲୋକମାନଙ୍କୁ ଧରିବ। ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠିକଣାରୁ ବିଭିନ୍ନ ପ୍ରକାରର କେମିକାଲ ଜବତ କରାଯାଇଛି ବୋଲି ସେ କହିଛନ୍ତି।
The post ମଦ ନିଷେଦ୍ଧ ଗୁଜରାଟରେ ‘ବିଷାକ୍ତ ମଦ’ ପିଇ ଚାଲିଗଲା ୧୯ ଜଣଙ୍କ ଜୀବନ appeared first on Odisha Reporter.
from Odisha Reporter https://ift.tt/2PLy0BA
No comments:
Post a Comment