ସଂସଦରେ ମଶା ଅଛନ୍ତି, ହେଲେ ବିରୋଧୀ ଭୟ କରିବାର ନାହିଁ: ଭିଡିଓ ଛାଡ଼ି ଏମିତି ଲେଖିଲେ କଂଗ୍ରେସ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 27, 2022

ସଂସଦରେ ମଶା ଅଛନ୍ତି, ହେଲେ ବିରୋଧୀ ଭୟ କରିବାର ନାହିଁ: ଭିଡିଓ ଛାଡ଼ି ଏମିତି ଲେଖିଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ସଂସଦରେ ମଶା ଅଛନ୍ତି। ହେଲେ ବିରୋଧୀ ଭୟ କରିବାର ନାହିଁ। କିଛି ଏମିତି ବ୍ୟଙ୍ଗତ୍ମାକ ଢଙ୍ଗରେ ଲେଖି ସରକାରଙ୍କୁ ତେରଛା ବାଣ ମାରିଛନ୍ତି କଂଗ୍ରେସ ସାଂସଦ ମାଣିକାମ ଟାଗୋର । ନିଜ ବିଶୃଙ୍ଖଳା ଆଚରଣ ପାଇଁ ସଂସଦରୁ ନିଲମ୍ବିତ ହୋଇଥିବା ମାଣିକାମ ଟାଗୋର ଶୁକ୍ରବାର ରାତିସାରା ସଂସଦ ବାହାରେ ଧାରଣାରେ ବସିଥିଲେ। ଏହି ସମୟରେ ତାଙ୍କ ହାତରେ ଏକ ମଶା ବସିଥିଲା। ଏହାର ଭିଡିଓକୁ ସେ ନିଜ  ଶୋସାଲ ମିଡିଆରେ ପୋଷ୍ଟ କରି ସରକାରଙ୍କୁ ପରୋକ୍ଷରେ ନିଶାନା କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ସଂସଦରେ ମଶା ଅଛନ୍ତି। ହେଲେ ବିରୋଧୀ କିନ୍ତୁ ଡରିବାର ନାହିଁ। ମାନସୁଖ ମାଣ୍ଡଭିଆ ଜୀ ଦୟାକରି ସଂସଦରେ ଭାରତୀୟଙ୍କ ରକ୍ତ ବଞ୍ଚାନ୍ତୁ। ଯାହାକୁ ସଂସଦ ବାହାରେ ଅଦାନୀ ଶୋଷି ନେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ଟ୍ୟାଗ୍‌ କରିଏହି ଟ୍ୱିଟ୍‌ କରାଯାଇଛି। ସେଥିରେ #ParliamentMonsoonSession,” ହାସଟାଗ କରାଯାଛି। ସେହିପରି

ସେ ଆହୁରି ଲେଖିଛନ୍ତି ଯେ, ଗାନ୍ଧିଜୀଙ୍କ ସାମ୍ନାରେ ସଂସଦରେ ଏମାନେ ହେଉଛନ୍ତି ମଶା। ପରେ ସେ ମଶାଟିକୁ ମାରି ଦେଉଥିବା ଭିଡିଓରେ ଦେଖାଯାଉଛି।  ତାଙ୍କର ଏହି ତାତ୍ସଲ୍ୟଭରା ମନ୍ତବ୍ୟ ପରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସିଛି। ଯାହାକୁ ନେଇ ସୋଶାଲ ମିଡିଆରେ  ବେଶ ଚର୍ଚ୍ଚା ସୃଷ୍ଟି କରିଛି। ଗୃହ ଭିତରେ ବିଶୃଙ୍ଖଳା ପାଇଁ  ବିରୋଧୀ କଂଗ୍ରେସ ସାଂସଦ ମାଣିକାମ ଟାଗୋର ସହ ଅନ୍ୟ କେତେକ ଜଣଙ୍କୁ ନିଲମ୍ବିତ କରଯାଇଛି।

ତେବେ ଏହାର ପ୍ରତିବାଦରେ ସଦନ ବାହାରେ  ଶୁକ୍ରବାର ୫୦ ଘଣ୍ଟା ଧରି ରିଲେ ଅନଶନ କରିଥିଲେ ମାଣିକାମ ।  ବିରୋଧୀ ସଂସଦୀୟ ସଦସ୍ୟମାନେ ସେମାନଙ୍କ ପାଇଁ ରାତିସାରା ଏକ ୱାଶରୁମ୍ ଖୋଲା ଯାଉ ଏବଂ ସେମାନଙ୍କ କାର ଭିତରକୁ ଯିବାକୁ ଅନୁମତି ଦେବାକୁ ଦାବି କରାଯାଇଛି।  ସେହିପରି ବିରୋଧ ସ୍ଥଳରେ ଏକ ଛୋଟ ତମ୍ବୁ ଲଗାଇବାକୁ ସେମାନେ ବାଚସ୍ପତିଙ୍କୁ ଏକ ଦସ୍ତଖତ ପତ୍ର ପଠାଇଛନ୍ତି। ବାଚସ୍ପତି ଦାବିଗୁଡିକ ଉପରେ ଦୃଷ୍ଟି ଦେବାକୁ ରାଜି ହୋଇଛନ୍ତି।

The post ସଂସଦରେ ମଶା ଅଛନ୍ତି, ହେଲେ ବିରୋଧୀ ଭୟ କରିବାର ନାହିଁ: ଭିଡିଓ ଛାଡ଼ି ଏମିତି ଲେଖିଲେ କଂଗ୍ରେସ ସାଂସଦ appeared first on Odisha Reporter.



from Odisha Reporter https://ift.tt/IrDVHLF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages