କିଭ୍: ରୁଷ ଆକ୍ରମଣର ସମ୍ମୁଖୀନ ହେଉଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବହିଷ୍କାର କରିଛନ୍ତି। ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେନସ୍କିଙ୍କ ୱେବସାଇଟରୁ ଏହି ସୂଚନା ମିଳିଛି।
ତେବେ ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ୍, ନରୱେ ଏବଂ ହଙ୍ଗେରୀରେ ଅବସ୍ଥାପିତ ନିଜ ଦେଶର ରାଷ୍ଟ୍ରଦୂତଙ୍କୁ କାହିଁକି ୟୁକ୍ରେନ ବରଖାସ୍ତ କଲା ସେ ନେଇ କୌଣସି ସୂଚନା ମିଳିନି। ବରଖାସ୍ତ ହୋଇଥିବା ରାଷ୍ଟ୍ରଦୂତମାନଙ୍କୁ କୌଣସି ନୂଆ ଦାୟିତ୍ୱ ଦିଆଯିବ କି, ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ରୁଷ ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଖୋଲାଖୋଲି ବିରୋଧ କରିନଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ। ମିଳିତ ଜାତିସଂଘରେ ରୁଷ ବିରୋଧରେ ଆସିଥିବା ସଂକଳ୍ପ ଉପରେ ଭାରତ ଅଂଶଗ୍ରହଣ କରିନଥିଲା। ଏପଟେ ଫେବ୍ରୁଆରୀ ୨୪ରୁ ରୁଷର ଆକ୍ରମଣ ସହୁଥିବା ୟୁକ୍ରେନ୍ ଅତିଷ୍ଟ ହୋଇଗଲାଣି। ଅନ୍ୟ ଦେଶରେ ଥିବା ରାଷ୍ଟ୍ରଦୂତମାନଙ୍କୁ ସେହି ଦେଶରୁ ସାମରିକ ସହଯୋଗ ପାଇଁ ଆବେଦନ କରିବାକୁ ଅନୁରୋଧ କରିଛନ୍ତି ଜେଲେନ୍ସ୍କି।
ଉଲ୍ଲେଖଯୋଗ୍ୟ, ରୁଷ୍ର ଶକ୍ତି ଯୋଗାଣ ଉପରେ ଅତ୍ୟନ୍ତ ନିର୍ଭରଶୀଳ ତଥା ୟୁରୋପ୍ର ବୃହତ୍ତମ ଅର୍ଥନୀତି ଜର୍ମାନି ସହିତ କିବ୍ର ସମ୍ପର୍କ ସ୍ପର୍ଶକାତର ହୋଇ ରହିଆସିଛି। କାନଡାରେ ମରାମତି କରାଯାଉଥିବା ଜର୍ମାନ୍ ନିର୍ମିତ ଗୋଟାଏ ‘ଟର୍ବାଇନ୍’କୁ କେନ୍ଦ୍ରକରି ଉଭୟ ଦେଶ ମଧ୍ୟରେ ବାଦବିବାଦ ଚାଲିଛି। ୟୁରୋପ୍କୁ ଗ୍ୟାସ୍ ପମ୍ପ୍ କରିବା ଲାଗି ଉକ୍ତ ‘ଟର୍ବାଇନ୍’କୁ କାନଡା ପ୍ରଖ୍ୟାତ ରୁଷୀୟ ପ୍ରାକୃତିକ ଗ୍ୟାସ୍ କମ୍ପାନି ‘ଗାଜ୍ପ୍ରୋମ୍’କୁ ଫେରସ୍ତ କରୁ ବୋଲି ଜର୍ମାନି ଚାହୁଁଛି। କିନ୍ତୁ, ମସ୍କୋ ଉପରେ ଜାରି ହୋଇଥିବା କଟକଣା ଉଲ୍ଲଂଘନ ହେବ ବୋଲି ଦର୍ଶାଇ ଉକ୍ତ ‘ଟର୍ବାଇନ୍’ଟିକୁ ରଖିଥାଅ ବୋଲି କିଭ୍ କାନଡାକୁ କହିଛି।
The post ଭାରତ ସମେତ ୫ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି appeared first on Odisha Reporter.
from Odisha Reporter https://ift.tt/jwiD2Yx
No comments:
Post a Comment