ନୂଆଦିଲ୍ଲୀ: ଭାରତକୁ ବଡ ଝଟ୍କା। AIFF ତଥା ଅଲ୍ ଇଣ୍ଡିଆ ଫୁଟ୍ବଲ୍ ଫେଡେରସନ୍କୁ ସସ୍ପେଣ୍ଡ କଲା ବିଶ୍ୱ ପୁଟବଲ୍ର ଶୀର୍ଷ ସଙ୍ଗଠନ FIFA। ତୃତୀୟ ପକ୍ଷର ଅଯଥା ହସ୍ତକ୍ଷେପ ତଥା ଫୁଟବଲ ଫେଡେରେଶନରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ଏହି ପଦକ୍ଷେପ ନେଇଛି। ଗଣତାନ୍ତ୍ରିକ ପଦ୍ଧତିରେ ଏଆଇଏଫଏଫର ବିଭିନ୍ନ ପଦ ଲାଗି ନିର୍ବାଚନ ନହେଲା ଯାଏଁ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଫିଫା କହିଛି। AIFFର ନିଲମ୍ବନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଅଣ୍ଡର-୧୭ ବିଶ୍ୱକପକୁ ମଧ୍ୟ ପ୍ରଭାବିତ କରିଛି। ଏହାକୁ ମଧ୍ୟ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଆସନ୍ତା ଅକ୍ଟୋବର ୧୧ରୁ ୩୦ ଯାଏଁ ଅଣ୍ଡର-୧୭ ବିଶ୍ୱକପ୍ ଆୟୋଜିତ ହେବ। ଜୁଲାଇ ୨୦୨୧ରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱକପ୍କୁ କରୋନା ଯୋଗୁ ସ୍ଥଗିତ ରଖାଯାଇଥିଲା।
The Bureau of the FIFA Council has unanimously decided to suspend the All India Football Federation (AIFF) with immediate effect due to undue influence from third parties, which constitutes a serious violation of the FIFA Statutes: FIFA
— ANI (@ANI) August 16, 2022
ଏଆଇଏଫଏଫ ମୁଖ୍ୟ ପ୍ରଫୁଲ୍ଲ ପଟେଲଙ୍କ କାର୍ଯ୍ୟକାଳ ସରିଯାଇଥିଲେ ହେଁ ସେ ସଙ୍ଗଠନର ବିଭିନ୍ନ କାର୍ଯ୍ୟକଳାପରେ ହସ୍ତକ୍ଷେପ କରୁଛନ୍ତି। ଯାହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ଏହାପରେ ସୁପ୍ରିମ କୋର୍ଟ ତାଙ୍କ ବିରୋଧରେ ରାୟ ଦେବା ସହିତ ଏକ ପ୍ରଶାସନିକ କମିଟି ନିଯୁକ୍ତ କରି ଏଆଇଏଫଏଫ ପରିଚାଳନା ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଆଇଏଫଏଫର ବିଭିନ୍ନ ନିଷ୍ପତ୍ତିରେ ପଟେଲଙ୍କ ସମ୍ପୃକ୍ତି ଫିଫା ନିୟମକୁ ଉଲ୍ଲଂଘନ କରିଛି। ଫଳରେ ଫିଫା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ ଫୁଟବଲ ଆସୋସିଏସନକୁ ନିଲମ୍ବିତ କରିବା ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ବୋଲି ଫିଫା କହିଛି।
ଏହା ବିରୋଧରେ ଏଆଇଏଫଏଫ ପ୍ରଶାସନିକ କମିଟି ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ଅଭିଯୋଗ ହୋଇଥିଲା। ସୁପ୍ରିମ କୋର୍ଟ ପ୍ରଫୁଲ୍ଲଙ୍କ ହସ୍ତକ୍ଷେପ ଅବୈଧ ଘୋଷଣା କରିଥିଲେ। ତଥାପି ସେ ଏଆଇଏଫଏଫର ସମସ୍ତ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି। ଏହା ଜଣାପଡିବା ପରେ ବିଶ୍ୱସ୍ତରୀୟ ଫୁଟବଲକୁ ନିୟନ୍ତ୍ରଣ କରୁଥିବା ଗଭର୍ଣ୍ଣିଂ ବଡି ଏଭଳି ପଦକ୍ଷେପ ନେଇଛି। ଦୈନନ୍ଦିନ କାର୍ଯ୍ୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଓ AIFF କାର୍ଯ୍ୟନିର୍ବାହୀ କମିଟି ଏବଂ AIFF ପ୍ରଶାସନର କ୍ଷମତା ଗ୍ରହଣ କରିବାକୁ ପ୍ରଶାସକଙ୍କ ଏକ କମିଟି ଗଠନ ଆଦେଶ ପରେ ଏହି ନିଲମ୍ବନ ହଟାଯିବ ବୋଲି ଫିଫା କହିଛି।
AIFFର ନଲମ୍ବନ ପରେ କେବଳ ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଆୟୋଜନରୁ ଭାରତ ବାଦ୍ ପଡିବ ନାହିଁ। ବରଂ ଏହାର ପ୍ରଭାବ ଅନ୍ୟ ଟୁର୍ଣ୍ଣାମେଣ୍ଟ ଉପରେ ମଧ୍ୟ ପଡିବ। ଯେଉଁଥିରେ ଭାରତ ଅଂଶଗ୍ରହଣ କରିପାରିବ ନାହିଁ। ଆସନ୍ତା ବର୍ଷ ଏଏଫ୍ସି ଆୟୋଜିତ ହେବ। ଯଦି AIFF ଉପରେ ନିଲମ୍ବିତ ପ୍ରକ୍ରିୟା ଜାରି ରହିଥାଏ, ତେବେ ଭାରତ ସେହି ଟୁର୍ନାମେଣ୍ଟରେ ଖେଳିପାରିବ ନାହିଁ। କେବଳ ଏତିକି ନୁହେଁ, କୌଣସି ବିଦେଶୀ ଖେଳାଳି ମଧ୍ୟ ଭାରତର ଫୁଟବଲ ଲିଗ୍ ଆଇଏସଏଲରେ ଖେଳି ପାରିବେ ନାହିଁ।
The post ଭାରତକୁ ବଡ଼ ଝଟ୍କା, AIFFକୁ ସସ୍ପେଣ୍ଡ କଲା FIFA appeared first on Odisha Reporter.
from Odisha Reporter https://ift.tt/HXzO2pC
No comments:
Post a Comment