ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 15, 2022

ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବାକୁ ମା’ର ଆକୁଳ ଚିତ୍କାର କାମ ଦେଲାନି । ଶେଷରେ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲା ୨୫ ବର୍ଷର ପୁଅ। ପୁଅକୁ ବଞ୍ଚାଇବାକୁ ଯାଇ ମା’ ବି ଗୁରୁତର ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛି। ଏପରି ହୃଦୟ ବିଦାରକ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍ ପରିସରରେ ଘଟିଛି। ମୃତକ ହେଲେ ସୁଦପଡ଼ା ଅଞ୍ଚଳର ଅଜୁ ଦୋରା। ତାଙ୍କ ମା’ ଜୟନ୍ତୀ ଦୋରା ଗୁରୁତର ଅବସ୍ଥାରେ ଭୀମଭୋଇ ହସ୍‌ଟାଲରେ ଚିକିତ୍ସାଧୀନ ଅଛନ୍ତି।

ଉଭୟ ଜୟନ୍ତୀ ଓ ତାଙ୍କ ପୁଅ ଅଜୁ ହସ୍ପିଟାଲ ପରିସରରେ ଠେଲାଗାଡ଼ିରେ ଖାଦ୍ୟ ବିକନ୍ତି । ହଠାତ୍‌ ଗତକାଲି ୨ ଦୁର୍ବୃତ୍ତ ପହଞ୍ଚି ସେମାନଙ୍କ ସହ ବଚସା କରିଥିଲେ। ଏହାପରେ ମାରଣାସ୍ତ୍ରରେ ସେମାନେ ଅଜୁଙ୍କୁ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ମା’ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତଙ୍କୁ ମଧ୍ୟ ଗୁହାରି କରିଥିଲା। ମାତ୍ର କେହି ଡାକ ଶୁଣିଲେନି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଜୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିବା ବେଳେ ଜୟନ୍ତୀ ଗୁରୁତର ହୋଇଥିଲେ। ମେଡିକାଲ ବେଡ୍‌ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମା’ ଆଖିରୁ ଅନବରତ ଲୁହ ଗଡ଼ୂଥିବା ବେଳେ ପୁଅ ହତ୍ୟାକାରୀଙ୍କୁ ଖୋଜି ଦଣ୍ଡ ଦେବାକୁ ସେ ପୁଲିସ୍‌ ନିକଟରେ ଗୁହାରି କରିଛନ୍ତି  ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇନି। ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇପାରିନି।

The post ମା’ ଆଖି ଆଗରେ ପୁଅକୁ ହାଣିଦେଲେ ଦୁର୍ବୃତ୍ତ appeared first on Odisha Reporter.



from Odisha Reporter https://ift.tt/gjZqiJO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages