ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ, ମା’ଝିଅ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 9, 2022

ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ, ମା’ଝିଅ ଗୁରୁତର

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ଘରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ ବିରୁଡ଼ି।  ଛୁଆଙ୍କୁ ରକ୍ଷା କରିବା ପାଇଁ ଆସିଥିବା ମା’କୁ ବି ଛାଡ଼ିନଥିଲେ ବିରୁଡି। ଶେଷରେ ବିରୁଡି ଆକ୍ରମଣରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ତା’ ମା’ ଓ ଭଉଣୀ ଆହତ ହୋଇଛନ୍ତି। ଏପରି  ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ନାଡିମି ଇଟିକି ଗାଁରେ।

ମୃତ ଶିଶୁର ନାଁ ବାବୁଲା ପିଡ଼ିକା (୩ ବର୍ଷ)। ଆହତ ବାବୁଲାଙ୍କ ମା’ଙ୍କ ମାଲେ ପିଡ଼ିକା ଓ ଭଉଣୀ ବାରାଲୁ ପିଡ଼ିକା (୪ବର୍ଷ)ଙ୍କୁ ନାରାୟଣପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତକାଲି ବାବୁଲା ଓ ତାର ଭଉଣୀ ଘର ଭିତରେ ଖେଳୁଥିଲେ। ଏହି ସମୟରେ ଭାଇଭଉଣୀଙ୍କୁ ବିରୁଡି ଆକ୍ରମଣ କରିଥିଲା।  ଦୁଇ ପିଲାଙ୍କ କାନ୍ଦ ଶୁଣି ମାଲେ ଘଟଣାସ୍ଥଳରେ ପହଞ୍ଚିଥିଲେ।  ଦୁଇ ପିଲାଙ୍କୁ ସେଠାରୁ ଅନ୍ୟତ୍ର ଉଠାଇ ନେଇଯାଉଥିବା ସମୟରେ ବିରୁଡିମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବିରୁଡି ଆକ୍ରମଣରେ ମା’ ଓ ଦୁଇ ପିଲା ଗୁରୁତର ହୋଇଥିଲେ। ପରିବାର ଲୋକେ ସମସ୍ତଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁପୁତ୍ର ବାବୁଲାର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଚିକିତ୍ସା ପରେ ମା’ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

 

 

The post ବିରୁଡ଼ି ଆକ୍ରମଣରେ ଶିଶୁପୁତ୍ର ମୃତ, ମା’ଝିଅ ଗୁରୁତର appeared first on Odisha Reporter.



from Odisha Reporter https://ift.tt/gnTGd4j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages