ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ ଓ କାଠ ଗଣ୍ଡି; ରୋଗୀଙ୍କ ପାଖରେ ପହଞ୍ଚିଲା ମେଡିକାଲ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 9, 2022

ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ ଓ କାଠ ଗଣ୍ଡି; ରୋଗୀଙ୍କ ପାଖରେ ପହଞ୍ଚିଲା ମେଡିକାଲ ଟିମ୍‌

ନବରଙ୍ଗପୁର (ନବଘନ ବିଶୋୟୀ): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଉଛୁଳା ନାଳ ଯୋଗୁ ରୋଗୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିଲେ ମେଡିକାଲ ଟିମ୍‌। ଗତ ରବିବାରଠୁ ନାଳ ଅପରପାର୍ଶ୍ୱରେ ରହି ମେଡିକାଲ ଟିମ୍ ଡାକବାଜି ଯନ୍ତ୍ର ତଥା ଫୋନ୍ ଯୋଗେ ଗ୍ରାମବାସୀଙ୍କ ସହିତ ଯୋଗାଯୋଗ କରୁଥିଲେ ତଥା ପଲିଥିନରେ ଔଷଧ ଭର୍ତ୍ତି କରି ନାଳ ଆରପାର୍ଶ୍ୱକୁ ଫୋପାଡ଼ୁ ଥିଲେ। ଏନେଇ ଖବର ପ୍ରସାରଣ ପରେ ଶେଷରେ ନାଳରେ ଅସ୍ଥାୟୀ ପୋଲ କରାଯାଇଛି। ଫଳରେ ମେଡିକାଲ ଟିମ୍‌ ଗାଁରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।

ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ନଦୀ ଉପରେ ଏକ ବିଦ୍ୟୁତ୍‌ ଖୁଣ୍ଟ ଏବଂ ଦୁଇଟି କାଠଗଣ୍ଡି ପକାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି । ଏହି ବିପଦସଙ୍କୁଳ ଅସ୍ଥାୟୀ ପୋଲକୁ ଅତିକ୍ରମ କରି ମେଡିକାଲ ଟିମ୍‌ ତୁଳସୀପଦର ଗାଁରେ ପହଞ୍ଚି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି।

ତୁଳସୀପଦର ଗାଁରେ ସପ୍ତାହେରୁ ଅଧିକ ଦିନ ହେଲାଣି ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୨୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବେଳେ ୭ ଜଣ ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ଗାଁରେ ଅଛନ୍ତି। ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ଗତ ୨ ତାରିଖରୁ ପ୍ରତିଦିନ ଗାଁକୁ ଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି।

ଗତ ରବିବାର ମଧ୍ୟ ମେଡିକାଲ ଟିମ୍ ତୁଳସୀପଦର ଅଭିମୁଖେ ଯାଇଥିଲେ। କିନ୍ତୁ  ଲଗାଣ ବର୍ଷା ଯୋଗୁ ବାଟରେ ପଡ଼ୁଥିବା ନାଳରେ ଜଳସ୍ତର ବଢ଼ି ଯାଇଥିଲା। ନାଳ ପାର ହେବା ସେମାନଙ୍କ ପାଇଁ ସମ୍ଭବପର ହୋଇନଥିଲା। ତେଣୁ ଶେଷରେ ମେଡିକାଲ ଟିମ୍‌ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଜରିରେ ଔଷଧ ପୁଡ଼ିଆ କରି ନଦୀ ଆରପଟକୁ ଫୋପାଡ଼ି ଥିଲେ।

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତାରେ ଯିବାକୁ ହୁଏ। ଆଉ ବାଟରେ ପଡ଼େ ଏହି ନାଳ। ନାଳଟି ଅନ୍ୟ ଦିନେ ଶୁଖିଲା ରହେ। କିନ୍ତୁ ବର୍ଷା ଦିନେ ଏଥିରେ ଅଧିକାଂଶ ସମୟ ପାଣି ପ୍ରବାହିତ ହୁଏ। ଅଧିକ ବର୍ଷା ବା ଲଗାଣ ବର୍ଷା ହେଲେ ନାଳ ଉଛୁଳି ଯାଏ। ଫଳରେ ଆଉ ନାଳ ଦେଇ ଯା’ଆସ କରି ହୁଏ ନାହିଁ।  ଏବେ ଲଘୁଚାପ ଜନିତ ବର୍ଷା ଲାଗିରହିଥିବାରୁ ତୁଳୁସୀପଦର ନଦୀରେ ପ୍ରାୟ ୪ ଫୁଟ ଉଚ୍ଚରେ ପାଣି ଆସିଛି। ଏଥିସହ ନଦୀରେ ପାଣିର ସ୍ରୋତ ପ୍ରଖୋର ରହିଛି। ତେଣୁ ତୁଳସୀପଦର ଗାଁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ।

ଏହି ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏଥର ସରକାରୀ କର୍ମଚାରୀମାନେ ଏହି ନାଳ ପାଇଁ ନିଜେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହୁଏତ ପ୍ରଶାସନ ଓ ସରକାର ଏବେ ଚେତିବେ ଓ ସେଠାରେ ପୋଲଟିଏ ନିର୍ମାଣ କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।

The post ପଡ଼ିଲା ବିଦ୍ୟୁତ୍‌ ଖୁଣ୍ଟ ଓ କାଠ ଗଣ୍ଡି; ରୋଗୀଙ୍କ ପାଖରେ ପହଞ୍ଚିଲା ମେଡିକାଲ ଟିମ୍‌ appeared first on Odisha Reporter.



from Odisha Reporter https://ift.tt/lmtKJix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages