ଦ୍ୱିତୀୟ ଏମ୍ସ ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ: ଯାନବାହନ ଚଳାଚଳ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 18, 2022

ଦ୍ୱିତୀୟ ଏମ୍ସ ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ: ଯାନବାହନ ଚଳାଚଳ ଠପ୍‌

ସୁନ୍ଦରଗଡ(ବିଜୟ ବରୁଆଁ) : ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ  ଏମ୍ସ ପ୍ରତିଷ୍ଠା ଦାବୀରେ ଏହି ବନ୍ଦ ଡାକରା ଦିଆଯାଇଛି।  ବନ୍ଦ ଡାକରା ଯୋଗୁ ସକାଳୁ ସକାଳୁ ଯାନବାହନ ଚଳାଚଳ ଏକପ୍ରକାର ଠପ୍‌ ହୋଇଗଲାଣି ।

ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ  କାର୍ଯ୍ୟକର୍ତ୍ତା ବିଜୁ ଏକ୍ସପ୍ରେସ ୱେର ରାଣୀ ବଗିଚା ବାଇପାସ୍ , କିରେଇ ବାଇପାସ୍ ଓ କଲେଜ ବାଇପାସ୍‌ଠାରେ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ରାଉରକେଲା ଏବଂ ଝାରସୁଗୁଡ଼ା ପଟକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋଇଲା ପରିବହନ ବି ଠପ୍‌ ରହିଛି। ବନ୍ଦ ଯୋଗୁ ସହରର ଦୋକାନ ବଜାର ବନ୍ଦ ଥିବା ବେଳେ ସ୍କୁଲ, କଲେ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ଆଖି ଆଗରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେଥିନିମନ୍ତେ ସହରର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ସମୟରେ ପୁଲିସ୍‌ ପାଟ୍ରୋଲିଂକୁ ବି ଜୋରଦାର କରାଯାଇଛି ।

ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି।

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ AIIMS ପ୍ରତିଷ୍ଠା ନିମନ୍ତେ ଅଞ୍ଚଳବାସୀ ବହୁ ପୂର୍ବରୁ ଦାବୀ କରି ଆସୁଛନ୍ତି। ଏନେଇ ପ୍ରଧାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ କେହି ଏଥିପ୍ରତି କର୍ଣ୍ଣପାତ କରୁ ନାହାନ୍ତି।

ଏବେ ଏହି ଦାବି ପୁଣି ଥରେ ଜୋରଦାର ହୋଇଥିବା ବେଳେ ଗତ  ୩ ଦିନ ହେଲା ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ  କାର୍ଯ୍ୟକର୍ତ୍ତା ଆମରଣ ଅନଶନରେ ବସିଛନ୍ତି। ଗତକାଲି ଏକ ସର୍ବଦଳୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ଆଗାମୀ ଋଣନୀତି ଅନୁଯାୟୀ  ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନ ଚାଲୁ ରହିବ ବୋଲି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ  କାର୍ଯ୍ୟକର୍ତ୍ତା କହିଛନ୍ତି।

The post ଦ୍ୱିତୀୟ ଏମ୍ସ ଦାବିରେ ଆଜି ସୁନ୍ଦରଗଡ଼ ବନ୍ଦ: ଯାନବାହନ ଚଳାଚଳ ଠପ୍‌ appeared first on Odisha Reporter.



from Odisha Reporter https://ift.tt/CUpVnr9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages