ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ରାଧାନଗର ଛକ ନିକଟ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଦିଲଖୁସ୍ ନାମକ ଯାତ୍ରୀବାହୀ ବସ୍ ଜୟପୁରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୩ଟା ସମୟରେ ରାଧାନଗର ଛକ ନିକଟ ରାସ୍ତାରେ ଏକ ଗଛ ପଡ଼ିଥିବାରୁ ବସ୍ଟି ତାର ଭାରସାମ୍ୟ ହରାଇ ସାମ୍ନାପଟୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ବସ୍ର କଣ୍ଡକ୍ଟର ଓ ଜଣେ ଯାତ୍ରୀ ଆହତ ହୋଇଥିଲେ।
ବୌଦ୍ଧ ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
ବସ୍ରେ ୨୦ ରୁ ୨୫ ଜଣ ଯାତ୍ରୀ ଥିଲେ। ସେମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଦୁର୍ଘଟଣା ଯୋଗୁ ପ୍ରାୟ ୩ ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ଗାଡ଼ିମଟର ଅଟକି ରହିଥିଲା। ଦୁର୍ଘଟଣାଗସ୍ତ ବସ୍ଟିକୁ ରାସ୍ତାରୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା।
The post ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା appeared first on Odisha Reporter.
from Odisha Reporter https://ift.tt/QRtE4mu
No comments:
Post a Comment