ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଦୁବୁଲୁଣ୍ଡା-ମରେଇପାଟ ଗାଁ ନିକଟ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମରେଇପାଟ ଜଙ୍ଗଲ ରାସ୍ତାର ୧୦୦ମିଟର ଦୂରରେ ଥିବା ଗଛରେ ଦୁହିଁଙ୍କ ଝୁଲନ୍ତା ଅବସ୍ତାରେ ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକ ଜଣକ ପାଲକଷଣ୍ଢା ଗାଁର ଅମର ମଲ୍ଲିକ ହୋଇଥିବା ବେଳେ ଯୁବତୀ ଜଣକ ବାଘୁଆପଲ୍ଲୀ ଗ୍ରାମର ବୋଲି ଜଣାପଡିଛି।
ଗତ ରବିବାର ଦିନ ଯୁବତୀ ଜଣକ ଗାଙ୍ଗପୁରରେ ରହୁଥିବା ଭଡା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲେ। ଲୋକେ ବହୁ ଖୋଜା ଖୋଜି ପରେ ବି ତାଙ୍କୁ ପାଇନଥିଲେ। ଆଜି ଝିଅ ର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଶୁଣି ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚିଥିଲେ।
ଗାଙ୍ଗପୁର ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସପେଟେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି।
ଘର ଲୋକେ ବହୁ ଖୋଜା ଖୋଜି ପରେ ପାଇନଥିଲେ।ଆଜି ଝିଅ ର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଶୁଣି ଘଟଣା ସ୍ଥଳକୁ ଆସିଛନ୍ତି।ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଚଳାଇଛି।ସାଇଣ୍ଟିଫିକ ଟିମ ଆସିବା ପରେ ମୃତଦେହକୁ ବ୍ୟବଛେଦ ପାଇଁ ଭଞ୍ଜନଗର ପଠାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି।
The post ବର ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/4wD7Ysb
No comments:
Post a Comment