ବେଙ୍ଗାଲୁରୁ: ମଧ୍ୟରାତ୍ରିରେହାକୋର୍ଟ ରାୟ ଆସିବା ପରେ ଖୁସିର ଲହରୀ। ଅନ୍ତିମ ମୂହୁର୍ତ୍ତରେ ଚାଲିଛି ଯୋରଦାର ପ୍ରସ୍ତୁତି। ପୂଜା ଆୟୋଜନ ପାଇଁ କମିଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । କର୍ଣ୍ଣାଟକର ହୁବାଲି ଇଦଗା ପଡ଼ିଆରେ ଗଣେଶ ପୂଜା ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଟଳିଯାଇଛି। ଏଠାରେ ପୂଜା ପାଇଁ ଗତକାଲି ମଧ୍ୟରାତ୍ରିରେ କର୍ଣ୍ଣାଟକା ହାକୋର୍ଟ ରାୟ ଦେବା ପରେ ପୂଜା କମିଟି ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଗତକାଲି ମଧ୍ୟରାତ୍ରିରେ ରାୟ ଆସିବା ପରେ ପୂଜା କମିଟି ଆୟୋଜନ ପାଇଁ ଜୋରଦାର ଲାଗିପଡ଼ିଛି। ଇଦଗା ପଡ଼ିଆରେ ସାଜ୍ଜସଜାଠାରୁ ଅରମ୍ଭ କରି ମୂର୍ତ୍ତି ସ୍ଥାପନ ପର୍ଯ୍ୟନ୍ତ ଖୁବ୍ ଦମରେ ଲାଗିପଡ଼ିଛନ୍ତି ସମସ୍ତେ। ହାଇକୋର୍ଟଙ୍କ ରାୟ ପରେ କେନ୍ଦ୍ରମମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପୂଜାସ୍ଥଳ ପରିଦର୍ଶନ କରି ପୂଜା ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି।
ହାକୋର୍ଟ ରାୟକୁ ସ୍ୱାଗତ କରି ପ୍ରହଲ୍ଲାଦ କହିଛନ୍ତି ଯେ, ଏଠାରେ ଗଣେଶ ମହୋତ୍ସବକୁ ଆଦୌ ବିରୋଧ କରିବା କଥା ନୁହଁ। କର୍ଣ୍ଣାଟକରା ହାଇକୋର୍ଟ ଉତ୍ତମ ରାୟ ଦେଇଛନ୍ତି। ମୁଁ ଏହାକୁ ସ୍ୱାଗତ କରୁଛି। ଏଠାରେ ବିବାଦର କୌଣସି କାରଣ ନାହିଁ। କର୍ଣ୍ଣାଟକର ହୁବଲିଠାରେ ଥିବା ଇଦଗା ପଡ଼ିଆରେ ଗଣେଶ ପୂଜା ଆୟୋଜନକୁ ନେଇ ବିବାଦ ଦେଖାଦେଇଛି । ପୂର୍ବରୁ ସ୍ଥାନୀୟ ମହାନଗର ନିଗମ ଏହି ପଡ଼ିଆରେ ଗଣେଶୋତ୍ସବ ପାଳନକୁ ଅନୁମତି ଦେଇଥିବାବେଳେ ତା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏକ ସ୍ଥାନୀୟ ମୁସଲିମ ସଂଗଠନ ।
ହାଇକୋର୍ଟ ପ୍ରଥମେ ଏଥିପାଇଁ ଅନୁମତି ଦେଇଥିଲେ, କିନ୍ତୁ ପରେ ବେଙ୍ଗାଲୁରୁ ଇଦଗା ପଡ଼ିଆ ସଂପର୍କିତ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ରାତି ୧୦ଟାରେ ହୁବଲି ମାମଲାର ଜରୁରୀ ଶୁଣାଣି କରିଥିଲେ ହାଇକୋର୍ଟ ।ଆଉ ନିଜର ପୂର୍ବ ରାୟକୁ ସମୀକ୍ଷା କରିବାକୁ ମନାକରିଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ପୂର୍ବରୁ ଉକ୍ତ ପଡ଼ିଆରେ ଗଣେଶ ପୂଜା ନେଇ ଯେଉଁ ରାୟ ଦେଇଥିଲେ ତାକୁ କାଏମ ରଖିଛନ୍ତି ହାଇକୋର୍ଟ। ଗତକାଲି ମଧ୍ୟରାତ୍ରିରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କର୍ଣ୍ଣାଟକା ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ଯେ, ହୁବାଲ୍ଲି ଜମି ବିବାଦୀୟ ନୁହେଁ। ଉକ୍ତ ପଡ଼ିଆରେ ପୂର୍ବରୁ ଗଣେଷ ପୂଜା ପାଇଁ ସବୁଜ ସଙ୍କେତ ଦେଇଥିଲେ କୋର୍ଟ। ହେଲେ ଏହି ରାୟ ଉପରେ ପୁନର୍ବିଚାର ପାଇଁ ଆବେଦନ କରାଯାଇଥିଲା। ଅନ୍ୟପକ୍ଷରେ ଆଜି ସୁପ୍ରିମକୋର୍ଟ ବେଙ୍ଗାଲୁରୁର ଇଦଗା ପଡ଼ିଆରେ ଗଣେଶ ଉତ୍ସବ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ଏହି ପଡ଼ିଆରେ ଗଣେଶ ଉତ୍ସବ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବାବେଳେ ସ୍ଥିତାବସ୍ଥା ଲାଗୁ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାମଲାକୁ ପୁଣି କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟକୁ ଫେରାଇ ଦେଇଛନ୍ତି । ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ଏ.ଏସ.ଓକା ଓ ଏମଏମ ସୁନ୍ଦ୍ରେଶଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
The post ଆଇନଗତ ବିବାଦ ତୁଟିବା ପରେ ଇଦଗା ପଡ଼ିଆରେ ପୂଜା ପାଇଁ ଜୋରଦାର ପ୍ରସ୍ତୁତି appeared first on Odisha Reporter.
from Odisha Reporter https://ift.tt/YBi3yqj
No comments:
Post a Comment