ଗିରଫ ହୋଇପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 19, 2022

ଗିରଫ ହୋଇପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ: ସିବିଆଇ ରେଡ୍‌ର ୧୫ ଘଣ୍ଟା ପରେ ମୁହଁ ଖୋଲିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ । ସେ କହିଛନ୍ତି ଯେ, ସିବିଆଇ ରେଡ୍‌ରେ ସେ ଭୟଭୀତ ନୁହଁ। ସିବିଆଇ ତା’କାମ କରୁ।  ଗତକାଲି ଅବକାରୀ ନୀତିରେ ଅନିୟମିତତା ନେଇ ସିବିଆଇ ମନିଶ ସିଶୋଦିଆଙ୍କ ବାସଭବନ, ପୂର୍ବତନ ଅବକାରୀ କମିଶନର ଆରଭା ଗୋପି କ୍ରିଷ୍ଣଙ୍କ ସମେତ ଅନ୍ୟ ୨୯ଟି ସ୍ଥାନରେ ରେଡ୍‌ କରିଥିଲା।  ରେଡ ବେଳେ ସିବିଆଇ କିଛି ଦସ୍ତାବେଜ, ସହିତ ସିସୋଦିଆଙ୍କ କମ୍ପ୍ୟୁଟର ଓ ଫୋନ୍‌କୁ ଜବତ କରିଛି। ସେହିପରି ସିବିଆଇ ରୁଜୁ କରିଥିବା ଏତଲାରେ ମଦ ବ୍ୟବସାୟକୁ ନେଇ  ଦୁର୍ନୀତି ଏବଂ ଲାଞ୍ଚ କରାରବାର ହୋଇଥିବା ଦର୍ଶାଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଦ ବ୍ୟବସାୟୀମାନେ ମନିଶ ସିଶୋଦିଆଙ୍କ ସମ୍ପର୍କୀୟଙ୍କୁ  କୋଟିଏ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଥିବା ଏହି ସମ୍ପର୍କକୀୟମାନେ ହେଉଛନ୍ତି, ବୁଡି ରିଟେଲର ନିର୍ଦ୍ଦଶକ  ଅମିତ ଆରୋରା, ଦିନେଶ ଆରୋରା ଏବଂ ଅନୁର୍ଜ ପାଣ୍ଡେ। ଏମାନେ ମଦ ଲାଇସେନ୍ସ କାରବାରରେ ସମ୍ପୃକ୍ତ ଥିଲେ। ସିବିଆଇ ଏତଲାରେ ଦର୍ଶାଇଛି। ଯଦି ମିନଶ ସିଶୋଦିଆ ତଦନ୍ତକାରୀ ସଂସ୍ଥାକୁ ସହଯୋଗ ନକରନ୍ତି ତେବେ ତାଙ୍କୁ ଗିରଫ କରାଯାଇ ପାରେ ବୋଲି ସୂଚନା ମିଳିଛି। ତେଣୁ ମନିଶ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି।

ସିବିଆଇ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି। ମୋଟ ୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୧ଟି ସ୍ଥାନରେ ଆଜି ସିବିଆଇ ଚଢ଼ଉ ହୋଇଛି। ସିସୋଦିଆଙ୍କ ବାସଭବନରେ ଆଜି ୧୫ ଘଣ୍ଟାରୁ ଅଧିକ ସମୟ ଚଢ଼ଉ ହୋଇଥିଲା। ଗତକାଲି ସକାଳେ ରେଡ୍‌ ବେଳେ ମନିଶ ସିଶୋଦିଆ ଦିଲ୍ଲୀ ସରକାରଙ୍କ ମଡେଲ ଶିକ୍ଷାନୀତିକୁ କେନ୍ଦ୍ର ସକରାର ସହ୍ୟ କାପାରୁ ନଥିବା ପରୋକ୍ଷରେ ଦର୍ଶାଇଥିଲେ। ହେଲେ ରେଡ୍‌ର ୧୫ ଘଣ୍ଟା ପରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ସେ ସିବିଆଇକୁ ଭୟ କରନ୍ତି ନାହିଁ ବୋଲି କହିଛନ୍ତି ।

 

The post ଗିରଫ ହୋଇପାରନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ! appeared first on Odisha Reporter.



from Odisha Reporter https://ift.tt/KgdC746

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages