ଅଟୋକୁ ଧକ୍କା ଦେଲା ଟ୍ରକ୍‌: ୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 27, 2022

ଅଟୋକୁ ଧକ୍କା ଦେଲା ଟ୍ରକ୍‌: ୫ ମୃତ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଭୋର୍‌ରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୫ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ।

ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।

ମୃତକମାନେ ହେଉଛନ୍ତି, ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ।

ଟୋଲ (ମହୁଲ ଫଳ) ପେଡ଼ିବା ପାଇଁ ଆଜି ଏମାନେ ସମସ୍ତେ ଅଟୋ ଯୋଗେ ୫୩ ନମ୍ବର ଜାତୀୟ ରାଜପଥରେ ମୁକ୍ତାପଶି ଅଭିମୁଖେ ଯାଉଥିବା ବେଳେ ପଥରଖମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଅଟୋଟି ପୂରା ଚୂରମାର ହୋଇଯାଇଛି।

ଅଟୋରେ ୫ ଜଣ ଥିବା ବେଳେ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କେମିତି ଏ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ୍ ସେ ଦିଗରେ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।

The post ଅଟୋକୁ ଧକ୍କା ଦେଲା ଟ୍ରକ୍‌: ୫ ମୃତ appeared first on Odisha Reporter.



from Odisha Reporter https://ift.tt/tXflR30

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages