ଅଜ୍ଞାତ ଦାତାଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ପାଇଛନ୍ତି ୮ ରାଜନୀତିକ ଦଳ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 26, 2022

ଅଜ୍ଞାତ ଦାତାଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ପାଇଛନ୍ତି ୮ ରାଜନୀତିକ ଦଳ!

ନୂଆଦିଲ୍ଲୀ: ଅଜ୍ଞାତ ସୂତ୍ରରୁ ଦେଶର ୮ଟି ରାଜନୀତିକ ଦଳ ୧୫ ହଜାର କୋଟି ଟଙ୍କାର ଚାନ୍ଦା ହାସଲ କରିଛନ୍ତି। ୨୦ ହଜାର କିମ୍ବା ତା’ ଠାରୁ କମ ଟଙ୍କା ଦାନ ଆକାରରେ ସେମାନେ ପ୍ରତ୍ୟେକ ଦାତାଙ୍କ ଠାରୁ ସଂଗ୍ରହ କରିଛନ୍ତି। ୨୦୦୪ରୁ ୨୦୨୧ ଅର୍ଥାତ ୧୭ ବର୍ଷ ମଧ୍ୟରେ ୮ଟି ରାଜନୀତିକ ଦଳ ଅଜ୍ଞାତ ସୂତ୍ରରୁ ଏତେ ଟଙ୍କା ହାସଲ କରିଥିବା ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ ବା ଏଡିଆର ରିପୋର୍ଟ ଦେଇଛି। ରାଜନୀତିକ ଦଳଗୁଡ଼ିକ ଅଜ୍ଞାତ ଦାତାଙ୍କ ଠାରୁ ଏତେ ପରିମାଣର ଟଙ୍କା ପାଇଥିଲେ ମଧ୍ୟ ନିର୍ବାଚନ କମିଶନ କିମ୍ବା ଆୟକର ବିଭାଗ ଏଯାଏ ଏହାର ତଦନ୍ତ କରିନାହିଁ।

ଏଡିଆର ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି ଯେ ୧୭ ବର୍ଷ ମଧ୍ୟରେ ଜାତୀୟ ରାଜନୀତିକ ଦଳଗୁଡ଼ିକ ମୋଟ ୧୫,୦୭୭.୯୭ କୋଟି ଟଙ୍କା ଅଜ୍ଞାତ ସୂତ୍ରରୁ ପାଇଛନ୍ତି। ସେହିପରି ୨୦୨୦-୨୧ରେ ୮ ଜାତୀୟ ରାଜନୀତିକ ଦଳ ଓ ୨୭ ଆଞ୍ଚଳିକ ଦଳ ମିଳିତ ଭାବେ ୬୯୦.୬୭ କୋଟି ଟଙ୍କା ଅଜଣା ଦାତାଙ୍କ ଠାରୁ ହାସଲ କରିଛନ୍ତି।

୨୦୦୪ରୁ ୨୦୨୧ ମଧ୍ୟରେ କଂଗ୍ରେସ ଓ ଏନସିପି ମିଳିତ ଭାବେ ୪,୨୬୨ କୋଟି ଟଙ୍କା ପାଇଛନ୍ତି। ସେମାନେ କେଉଁମାନଙ୍କ ଠାରୁ ଏତେ ପରିମାଣର ଟଙ୍କା ପାଇଛନ୍ତି, ସେମାନଙ୍କ ନାଁ ନିର୍ବାଚନ କମିଶନ କିମ୍ବା ଆୟକର ବିଭାଗଙ୍କୁ ଅବଗତ କରାଯାଇ ନାହିଁ। ସେଲ ଅଫ କୁପନ ବା କୁପନ ବିକ୍ରି କରି ଏତେ ପରିମାଣର ଟଙ୍କା ଚାନ୍ଦା ଆକାରରେ ମିଳିଥିବା ଦୁଇ ଦଳ କହିଛନ୍ତି।

ଦେଶର ୮ ଜାତୀୟ ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ବିଜେପି, କଂଗ୍ରେସ, ଟିଏମସି, ସିପିଆଇ(ଏମ), ଏନିସିପି, ବିଏସପି, ସିପିଆଇ ଓ ନ୍ୟାଶନାଲ ପିପୁଲ୍ସ ପାର୍ଟି(ଏନପିଇପି) ରହିଛନ୍ତି।

ସେହିପରି ଦେଶର ୨୭ ଆଞ୍ଚଳିକ ଦଳ ହେଲେ ଆପ, ଏଜିପି, ଏଆଇଏଡିଏମକେ, ଏଆଇଏଫବି, ଏଆଇଏମଆଇଏମ, ଏଆଇୟୁଡିଏଫ, ବିଜେଡି, ସିପିଆଇ(ଏମଏଲ), ଡିଏମଡିକେ, ଡିଏମକେ, ଜିଏଫପି, ଜେଡିଏସ୍, ଜେଡିୟୁ, ଜେଏମମ, କେସି- ଏମ, ଏମଏନଏସ୍, ଏନଡିପିପି, ଏନପିଏଫ, ପିଏମକେ, ଆରଏଲଡି, ଅକାଳୀ ଦଳ, ଏସଡିଏଫ, ଶିବସେନା, ଏସକେଏମ, ଟିଡିପି, ଟିଆରଏସ ଓ ୱାଇଏସ୍ଆର-କଂଗ୍ରେସ।

୨୦୦୪ରୁ ୨୦୨୧ ମଧ୍ୟ ରାଜନୀତିକ ଦଳଗୁଡ଼ିକ ଦାଖଲ କରିଥିବା ଆୟକର ଟିକସ ଓ ନିର୍ବାଚନ କମିଶନଙ୍କ ପାଖରେ ଥିବା ଚାନ୍ଦା ସଂକ୍ରାନ୍ତ ତଥ୍ୟକୁ ଆଧାର କରି ଏଡିଆର ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ହିଁ ଜାତୀୟ ରାଜନୀତିକ ଦଳଗୁଡ଼ିକ ୧୭ ବର୍ଷ ମଧ୍ୟରେ ୧୫,୦୭୭.୯୭ କୋଟି ଟଙ୍କା ଅଜ୍ଞାତ ସୂତ୍ରରୁ କୁହାଯାଇଛି।
୨୦୨୦-୨୧ରେ ୮ ରାଜନୀତିକ ଦଳ ଅଜ୍ଞାତ ସୂତ୍ରରୁ ୪୨୬.୭୪ କୋଟି ଟଙ୍କା ଓ ୨୭ ଆଞ୍ଚଳିକ ଦଳ ୨୬୩.୯୨୮ କୋଟି ଟଙ୍କା ପାଇଛନ୍ତି। ୨୦୨୦-୨୧ରେ କଂଗ୍ରେସ ଅଜ୍ଞାତ ସୂତ୍ରରୁ ୧୭୮.୭୮୨ କୋଟି ଟଙ୍କା ପାଇଥିବା ବେଳେ ବିଜେପି ୧୦୦.୫୦୨ କୋଟି ଟଙ୍କା ପାଇଛି।

ଅଜ୍ଞାତ ସୂତ୍ରରୁ ଚାନ୍ଦା ପାଇବାରେ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର କଂଗ୍ରେସ ସବୁଠାରୁ ଆଗରେ ରହିଛି। ଦଳ ୯୬.୨୫୦୭ କୋଟି ଟଙ୍କା ଅଜ୍ଞାତ ସୂତ୍ରରୁ ହାସଲ କରିଛି। ସେହିପରି ଡିଏମକେ ୮୦.୦୨ କୋଟି, ବିଜେଡି ୬୭ କୋଟି, ଏମଏନଏସ୍ ୫.୭୭୩ କୋଟି ଓ ଆପ ୫.୪ କୋଟି ଟଙ୍କା ଅଜଣା ସୂତ୍ରରୁ ପାଇଛନ୍ତି।

ଜାତୀୟ ରାଜନୀତିକ ଦଳଗୁଡ଼ିକ ଏତେ ପରିମାଣର ଟଙ୍କା ଅଜ୍ଞାତ ସୂତ୍ରରୁ ପାଉଥିବା ବେଳେ ଏହାର ତଦନ୍ତ ନ ହେବା, ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ। ଏଡିଅର ରିପୋର୍ଟରେ ଆହୁରି କୁହାଯାଇଛି ଯେ ରାଜନୀତିକ ଦଳଗୁଡ଼ିକର ଆୟର ୩୬%ରୁ ଅଧିକ ଅର୍ଥ ଅଜଣା ସୂତ୍ରରୁ ଆସୁଛି। ରାଜନୀତିକ ଦଳଗୁଡ଼ିକ ୨୦୧୩ ଜୁନ ମାସରୁ ଆରଟିଆଇ ପରିସରକୁ ଆସିଛନ୍ତି। ହେଲେ ସେମାନେ ଏହି ଆଇନକୁ ପାଳନ କରୁନାହାନ୍ତି। ସେମାନଙ୍କୁ ଠିକଣା ସମୟରେ ତଥ୍ୟ ଦେବାକୁ କୁହାଯାଉଥିଲେ ବି ଏହାକୁ କେହି ବି ଖାତିର କରୁନାହାନ୍ତି।

୨୦୨୦-୨୧ ମହାମାରୀ ବେଳେ ପୂରା ଦେଶ ଅଟକି ଯାଇଥିଲା। ଲକ୍ଷଲକ୍ଷ ଲୋକ ଚାକିରି ହରାଇଥିଲେ। କିନ୍ତୁ ବଡ଼ବଡ଼ ରାଜନୀତିକ ଦଳ ଏହି ସମୟରେ ଅଜଣା ସୂତ୍ରରୁ ୬୯୦ କୋଟି ଟଙ୍କା ପାଇଥିଲେ। ଏହା ମଧ୍ୟରୁ ୩୨୫ କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଜରିଆରେ ମିଳିଥିଲା। ନିର୍ବାଚନୀ ବଣ୍ଡର ଜରିଆରେ ଚାନ୍ଦା ଦେଇଥିବା ଲୋକ କିମ୍ବା ସଂସ୍ଥାର ନାଁ ସାର୍ବଜନୀନ କରାଯାଉନି। ତେଣୁ ଏହାକୁ ମଧ୍ୟ ଅଜ୍ଞାତ ସୂତ୍ରର ଚାନ୍ଦା ଭାବେ ବିବେଚନା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୨୦-୨୧ରେ ନିର୍ବାଚନୀ ବଣ୍ଡର ୭୭% ଅର୍ଥ ବା ୨୫୦ କୋଟି ଟଙ୍କା ୨୭ଟି ଆଞ୍ଚଳିକ ଦଳ ପାଇଛନ୍ତି।

The post ଅଜ୍ଞାତ ଦାତାଙ୍କ ଠାରୁ ୧୫ ହଜାର କୋଟି ଟଙ୍କା ପାଇଛନ୍ତି ୮ ରାଜନୀତିକ ଦଳ! appeared first on Odisha Reporter.



from Odisha Reporter https://ift.tt/1ln2r6e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages