୧୦ ଦିନ ପରେ ଅନଶନରୁ ଓହରିଲେ ୟାସିନ ମଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 2, 2022

୧୦ ଦିନ ପରେ ଅନଶନରୁ ଓହରିଲେ ୟାସିନ ମଲିକ

ନୂଆଦିଲ୍ଲୀ: ଗତ ୧୦ ଦିନ ଧରି ତିହାର ଜେଲରେ ଆମରଣ ଅନଶନ ଚଳାଇଥିବା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଶେଷରେ ଏଥିରୁ ଓହରିଛନ୍ତି। ତାଙ୍କ ଅଭିଯୋଗ ଓ ଦାବିର ଉପଯୁକ୍ତ ଶୁଣାଣି ହେବ ବୋଲି ଦିଲ୍ଲୀ ଜେଲ୍‌ର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲଙ୍କ ପ୍ରତିଶ୍ରୁତି ପରେ ସେ ଭୋକ ହରତାଲରୁ ଓହରିଛନ୍ତି । ଏହାପରେ ଗତ ରାତିରେ ସେ ଜେଲ୍‌ରେ ଖାଦ୍ୟ ଗ୍ରହଣ କରିଥିବା ଜଣାଯାଇଛି।

ଦିଲ୍ଲୀର ତିହାର ଜେଲରେ ଆଜୀବନ ସଜା କାଟୁଥିବା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଜୁଲାଇ ୨୨ ରେ ଆମରଣ ଅନଶନ ଆରମ୍ଭ କରିଥିଲେ। ତାଙ୍କ ମାମଲାର ସଠିକ୍ ଯାଞ୍ଚ କରାଯାଉ ନାହିଁ ବୋଲି ଅଭିଯୋଗ କରି ସେ ଭୋକ ଉପାସ ଆରମ୍ଭ କରିଥିଲେ। ସେବେଠୁ ସେ କିଛି ଖାଉ ନ ଥିବା ବେଳେ ପାଣି ବି ସ୍ପର୍ଶ କରୁ ନ ଥିଲେ।

କ୍ରମଶଃ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଜୁଲାଇ ୨୬ରେ ତାଙ୍କୁ   ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। । ସେଠାରୁ ଜୁଲାଇ ୨୯ ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା, ତଥାପି ସେ କିଛି ଖାଇବାକୁ ମନା କରିଦେଇଥିଲେ। ଏହାପରେ ଦିଲ୍ଲୀ ଜେଲର ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲଙ୍କ ଅନୁରୋଧ କ୍ରମେ ଦୁଇ ମାସ ପାଇଁ ଭୋକ ଉପାସକୁ ସ୍ଥଗିତ ରଖିଛନ୍ତି ବୋଲି ଜେଲ ଅଧିକାରୀ କହିଛନ୍ତି।

ତାଙ୍କ ଅଭିଯୋଗ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ଏହାର ସଠିକ୍‌ ଯାଞ୍ଚ କରାଯାଇ ନିଷ୍ପତ୍ତି ସମ୍ପର୍କରେ ଖୁବ୍‌ ଶୀଘ୍ର ତାଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ଜେଲ୍‌ର ମହାନିର୍ଦ୍ଦେଶକ । ନିଷିଦ୍ଧ ଜାମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ର ୫୬ ବର୍ଷୀୟ ମୁଖ୍ୟ ୟାସିନ ମଲିକ ଆତଙ୍କବାଦ ସହ ଜଡିତ ଅର୍ଥ ହେରଫେର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

The post ୧୦ ଦିନ ପରେ ଅନଶନରୁ ଓହରିଲେ ୟାସିନ ମଲିକ appeared first on Odisha Reporter.



from Odisha Reporter https://ift.tt/JrsyULf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages