ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁହେଁ ଦୁହିଁଙ୍କୁ ୭ବର୍ଷ ହେଲା ଭଲ ପାଉଥିଲେ। ଏକାଠି ବୁଲୁଥିଲେ ,ଏକାଠି ଖାଉଥିଲେ। ସୁନାର ସଂସାର ଗଢ଼ିବାକୁ ସ୍ୱପ୍ନ ମଧ୍ୟ ଦେଖୁଥିଲେ। ହେଲେ ଏହି ସମ୍ପର୍କ ଉପରେ କାହାର ଯେପରି ନଜର ଲାଗିଗଲା। ହଠାତ୍ ସେମାନଙ୍କ ସମ୍ପର୍କରେ ଆସିଗଲା ତିକ୍ତତା। ଶେଷରେ ପ୍ରେମିକାକୁ ଏକ ଚିଠି ଲେଖି ଆତ୍ମହତ୍ୟା କଲେ ପ୍ରେମିକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।
ଭୁବନେଶ୍ୱରର ଭରତପୁର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରୁ ଜଣ ଯୁବକଙ୍କୁ ମୃତଦେହ ପୁଲିସ ଉଦ୍ଧାର କରିଛି। ତାଙ୍କ ନାଁ ଶକ୍ତିପ୍ରସାଦ ଶତପଥୀ। ତାଙ୍କୁ ୨୮ ବର୍ଷ ହୋଇଥିଲା।
ଶକ୍ତିଙ୍କ ମୃତଦେହ ନିକଟରୁ ପୁଲିସ ଏକ ଚିଠି ଜବତ କରିଛି। ସେ ପ୍ରେମ କରୁଥିବା ଯୁବତୀ ଜଣଙ୍କ ପାଖକୁ ଏହି ଚିଠି ଲେଖିଥିବା ଅନୁମାନ କରାଯାଉଛି। ତେବେ ଚିଠି ପଛର ରହସ୍ୟ କଣ, ସଂପୃକ୍ତ ଯୁବତୀ କିଏ, ଆତ୍ମହତ୍ୟା ସହ ଚିଠିର ସମ୍ପର୍କ କଣ ସେ ନେଇ ପୁଲିସ ଖୋଳତାଡ଼ କରୁଛି ପୁଲିସ। ଏହାସହ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ।
ଅନ୍ୟପକ୍ଷରେ ଶକ୍ତିଙ୍କ ବନ୍ଧୁ କହିଛନ୍ତି, ସିଆରପି ଛକରେ ଛକରେ ଶକ୍ତିର ଅଫିସ ରହିଛି। ତାର ୫ରୁ ୭ ଗାଡ଼ି ରହିଛି। ସେ ବେପାର କରେ। ସେ ଏକ ଝିଅକୁ ୭ବର୍ଷ ହେଲା ଭଲ ପାଉଥିଲା। ସେ ଝିଅକୁ ନେଇ ସବୁଆଡ଼େ ବୁଲାବୁଲି କରେ। ସେ ଝିଅଙ୍କ ସହ ବିଶୃଙ୍ଖଳା ହେବାରୁ ଆତ୍ମହତ୍ୟା କରିଛି।
The post ସମ୍ପର୍କରେ ଆସିଲା ତିକ୍ତତା, ପ୍ରେମିକାକୁ ଚିଠି ଲେଖି ଆତ୍ମହତ୍ୟା କଲା ପ୍ରେମିକ! appeared first on Odisha Reporter.
from Odisha Reporter https://ift.tt/dI2VA7F
No comments:
Post a Comment