ଏଥର ଜମିବ ଦୁର୍ଗାପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 28, 2022

ଏଥର ଜମିବ ଦୁର୍ଗାପୂଜା

କଟକ(ଓଡ଼ିଶା  ରିପୋର୍ଟର): ଏଥର ଜାକଯମକରେ ହେବ ଦଶହରା। ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ କଟକର ପ୍ରସିଦ୍ଧ ଦଶହରା ପାଳନରେ କଟକଣା ଥିଲା। କିନ୍ତୁ ଏଥର ପୂର୍ବ ବର୍ଷ ଭଳି ପୂର୍ଣ୍ଣାଙ୍ଗ ମୂର୍ତ୍ତି ସହ ଧୁମ୍‌ଧାମରେ ଦଶହରା ପାଳନ ହେବ। ଏନେଇ କଟକ ମହାନଗର ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଓ ପାଣି ଯୋଗାଇବା ପାଇଁ ଶାନ୍ତି କମିଟି ପକ୍ଷରୁ ପ୍ରଶାସନ ନିକଟରେ ପ୍ରସ୍ତାବ ରଖାଯାଇଛି।

ଅନ୍ୟପଟେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ପାଇଁ ଅନୁମତି ସହ ଭଷାଣୀରେ ସାରା ରାତି ଡାକବାଜି ଯନ୍ତ୍ର ବଜାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ପୂଜା ସମୟରେ ହେଲମେଟ୍ ଚେକିଂ ସହିତ ଗାଡ଼ି ମଟର ଚେକିଂ କୋହଳ କରିବାକୁ ଶାନ୍ତି କମିଟି କମିଶନରେଟ୍ ପୁଲିସକୁ ପ୍ରସ୍ତାବ ଦେଇଛି।

ଆସନ୍ତା ଅକ୍ଟୋବର ୧ରୁ ପୂଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣୀ ଶୋଭାଯାତ୍ରା କରାଯିବ। ଗତକାଲି ବସିଥିବା ବୈଠକରେ କଟକ ଜିଲ୍ଲାର ସମସ୍ତ ନିର୍ବାଚିତ ପ୍ରତିନିଧି, ରାଜନୈତିକ ଦଳର ନେତା, ଜିଲ୍ଲାପାଳ, ପୁଲିସ କମିଶନର,ଡିସିପିଙ୍କ ସମେତ ଶାନ୍ତି କମିଟିର କର୍ମକର୍ତ୍ତା ସହିତ ସମସ୍ତ ପୂଜାମଣ୍ଡପ କର୍ମକର୍ତ୍ତା ଯୋଗ ଦେଇଥିଲେ।

 

 

The post ଏଥର ଜମିବ ଦୁର୍ଗାପୂଜା appeared first on Odisha Reporter.



from Odisha Reporter https://ift.tt/wG2LsJT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages