ନୂଆଦିଲ୍ଲୀ: ଦିଲ୍ଲୀର ସୂର୍ଯ୍ୟ କିରଣ କଲୋନୀ ଅଞ୍ଚଳରେ ଗତକାଲି ଏକ ବଡ଼ ଅଘଟଣ ଘଟିଛି। ଯମୁନା ନଦୀରେ ବିସର୍ଜନ ହୋଇ ସାରିଥିବା ମୂର୍ତ୍ତି ପାଣିରେ ଅଟକି ଯିବାରୁ ତାହାକୁ ଭସାଇବାକୁ ଯାଇ ୫ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁବକମାନେ ରବିବାର ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ବିସର୍ଜନ କରିବାକୁ ଡିଏନଡି ଫ୍ଲାଏ ଓଭର ତଳେ ପ୍ରବାହିତ ଯମୁନା କୂଳକୁ ଯାଇଥିଲେ। ମୂର୍ତ୍ତିଟି ବିସର୍ଜନ ହେବା ପରେ କିଛି ବାଟ ଯାଇ ଅଟକି ଯାଇଥିଲା। ଏହାଦେଖି ଉକ୍ତ ମୂର୍ତ୍ତିକୁ ପାଣିରେ ଭସାଇବା ପାଇଁ ୫ ଯୁବକ ନଦୀର ପ୍ରଖର ସ୍ରୋତରେ ପଶିଥିଲେ। ମାତ୍ର ଆଉ ସେମାନେ ପାଣିରୁ ବାହାରି ପାରି ନ ଥିଲେ ।
ଖବର ପାଇବା ମାତ୍ରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ୫ ମୃତଦେହ ଉଦ୍ଧାର କରିଥିଲେ। ମୃତ ଯୁବକମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ମୃତକଙ୍କ ବୟସ ୨୦ ବର୍ଷ ପାଖାପାଖି ହେବ ବୋଲି ଜଣାଯାଇଛି।
The post ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ବିସର୍ଜନ କରୁ କରୁ ଭାସିଗଲେ ୫ ଯୁବକ appeared first on Odisha Reporter.
from Odisha Reporter https://ift.tt/OyvbYFB
No comments:
Post a Comment