ଦମଦାର କମବ୍ୟାକ୍‌ ସହ ଇତିହାସ ରଚିଲେ ନୀରଜ ଚୋପ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 26, 2022

ଦମଦାର କମବ୍ୟାକ୍‌ ସହ ଇତିହାସ ରଚିଲେ ନୀରଜ ଚୋପ୍ରା

ଲୁସେନ: ଆହତ ପରେ ଦମଦାର କମବ୍ୟାକ୍‌ କରିଛନ୍ତି ଭାରତର ଷ୍ଟାର ଜାଭେଲିନ ଖେଳାଳି ନୀରଜ ଚୋପ୍ରା। ସେ କମବ୍ୟାକ୍‌ରେ ଭାରତ ପାଇଁ ଇତିହାସ ରଚିଛନ୍ତି। ନୀରଜ ପ୍ରଥମ ଭାରତୀୟ ଭାବେ ଲୁସେନ ଡାଇମଣ୍ଡ ଲିଗ୍‌ ମିଟ୍‌ରେ ଚାମ୍ପିୟନ ହୋଇଛନ୍ତି। ଆଜି ଯାଏ କୌଣସି ଭାରତରେ ଏପରି କୀର୍ତ୍ତିମାନ ସ୍ଥାପନ କରି ପାରି ନଥିଲେ। ହେଲେ ଶୁକ୍ରବାର ୨୪ ବର୍ଷୀୟ ନୀରଜ ଡାଇମଣ୍ଡ ଲିଗ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ରେକର୍ଡ କରିଛନ୍ତି।

ଆହତ ଯୋଗୁ ନୀରଜ ଚୋପ୍ରା ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇ ନଥିଲେ। ହେଲେ ଆହତ ସମସ୍ୟାରୁ ମୁକୁଳିବା କ୍ଷଣି ସେ ସେ ଲୁସେନ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ଜଲୱା ମଧ୍ୟ ଦେଖିବାକୁ ମିଳିଛି।

ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଡାଇମଣ୍ଡ ଲିଗ୍‌ରେ କମାଲ କରିଛନ୍ତି। ସେ ପ୍ରଥମ ପ୍ରାୟସରେ ୮୯.୦୮ ମିଟର ଦୂରକୁ ଜାଭେଲିନ ଫିଙ୍ଗ ଟାଇଟଲ ପକ୍କା କରି ନେଇଥିଲେ। ଏହା ତାଙ୍କ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସେ ଡାଇମଣ୍ଡ ଲିଗ୍‌ ଟାଇଟଲ ଜିତି ୨୦୨୩ରେ ବୁଦାପେଷ୍ଟରେ ଖେଳାଯିବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱ ଚାମ୍ପିୟନଶିପର ଯୋଗ୍ୟତା ପାଇଁ ୮୫.୨୦ ମିଟିର ଦୂରତା ଧାର୍ଯ୍ୟ କରାଯାଇଥିଲା।


ନୀରଜ ପ୍ରଥମ ପ୍ରୟାସରେ ୮୯.୦୮ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗିଥିଲେ। ଏହାକୁ ଅତିକ୍ରମ କରିବା ଅନ୍ୟ ଖେଳାଳିଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା। ଏହାପରେ ନୀରଜ ଦ୍ୱିତୀୟ ପ୍ରୟାସରେ ୮୫.୧୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଥିଲେ। ସେ ତୃତୀୟ ପ୍ରୟାସକୁ ସ୍କିପ କରିଥିଲେ। ତାଙ୍କର ୪ର୍ଥ ପ୍ରୟାସ ଫାଉଲ ହୋଇଥିଲା। ସେହିପରି ପଞ୍ଚମ ପ୍ରୟାସରେ ସେ ମାତ୍ର ୮୦.୦୪ ମିଟରକୁ ଜାଭେଲିନ ଫିଙ୍ଗିଥିଲେ। କିନ୍ତୁ ପ୍ରଥମ ପ୍ରୟାସରେ ସେ ୮୯.୦୮ ମିଟରକୁ ଜାଭେଲିନ ଫିଙ୍ଗି ଥିବାରୁ ଚାମ୍ପିୟନ ହେବାର ଆଖ୍ୟା ପାଇଥିଲେ।

ଅନ୍ୟପକ୍ଷରେ ଡାଇମଣ୍ଡ ଲିଗରେ ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ଜ୍ୟାକବ ୱାଡଲେଜ ୮୫.୮୮ ମିଟର ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକାର କୂର୍ଟିସ ଥମ୍ପସନ ୮୩.୭୨ ମିଟର ଥ୍ରୋ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୮୯.୦୮ ମିଟର ହେଉଛି ନୀରଜ ଚୋପ୍ରାଙ୍କ କ୍ୟାରିୟରର ତୃତୀୟ ସର୍ବଶ୍ରେଷ୍ଠ ପ୍ରୟାସ। ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ହେଉଛି ୮୯.୯୪ ମିଟର। ସେ ଏହାକୁ ୯୦ ମିଟର କରିବାକୁ ଜୋରଦାର ଚେଷ୍ଟା କରୁଛନ୍ତି।

ନୀରଜଙ୍କ ପୂର୍ବରୁ ବିକାଶ ଗୌଡ଼ା ପ୍ରଥମ ଭାରତୀୟ ଭାବେ ୨୦୧୨ ନ୍ୟୁୟର୍କ ଡାଇମଣ୍ଡ ଲିଗ୍‌ ଓ ୨୦୧୪ ଦୋହା ଡାଇମଣ୍ଡ ଲିଗ୍‌ରେ ରୌପ୍ୟ ପଦକ ଜିତିଥିଲେ। ସେହିପରି ୨୦୧୫ ସଙ୍ଘାଇ ଓ ୟୁଜେନେରେ ସେ ତୃତୀୟ ସ୍ଥାନରେ ରହିଥିଲେ। କିନ୍ତୁ ନୀରଜ ଚୋପ୍ରା ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗ୍‌ରେ ଚାମ୍ପିୟନ ହୋଇଛନ୍ତି।

The post ଦମଦାର କମବ୍ୟାକ୍‌ ସହ ଇତିହାସ ରଚିଲେ ନୀରଜ ଚୋପ୍ରା appeared first on Odisha Reporter.



from Odisha Reporter https://ift.tt/hA1K5z3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages