ଭାରତ ଉପରୁ ହଟିଲା ଫିଫାର ବ୍ୟାନ୍‌, ଖେଳାଯିବ ମହିଳା ଫୁଟବଲ ବିଶ୍ୱକପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 26, 2022

ଭାରତ ଉପରୁ ହଟିଲା ଫିଫାର ବ୍ୟାନ୍‌, ଖେଳାଯିବ ମହିଳା ଫୁଟବଲ ବିଶ୍ୱକପ

ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ସଂଘ(ଏଆଇଏଫଏଫ) ଉପରେ ଲାଗୁ ହୋଇଥିବା ବ୍ୟାନକୁ ଉଠାଇ ଦେଇଛି ଫିଫା। ଏଥିସହ ଚଳିତ ବର୍ଷ ଦେଶରେ  ଖେଳା ଯିବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଆୟୋଜନର ଅଧିକାର ମଧ୍ୟ ଭାରତ ଫେରି ପାଇଛି। ଶୁକ୍ରବାର ଗୋଟିଏ ପ୍ରେସ ରିଲିଜ ଜରିଆରେ ଫିଫା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ଏଆଇଏଫଏଫ ଉପରୁ ନିଲମ୍ବନ ଆଦେଶ ହଟିଥିବାରୁ ପୂର୍ବ ଯୋଜନା ଅନୁସାରେ ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଖେଳାଯିବ। ଫିଫାର ଏପରି ନିଷ୍ପତ୍ତି ଭାରତୀୟ ଫୁଟବଲ ପ୍ରେମୀଙ୍କୁ ଆଶ୍ୱସ୍ତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳା ବିଶ୍ୱକପର ଗୋଟିଏ ମ୍ୟାଚ୍‌ ଭୁବନେଶ୍ୱରରେ ମଧ୍ୟ ଖେଳାଯିବ।

ଗତ ଅଗଷ୍ଟ ୧୫ ତାରିଖରେ ଏଆଇଏଫଏଫରେ ତୃତୀୟ ପକ୍ଷ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଫିଫା ଭାରତ ଉପରେ ବ୍ୟାନ ଲଗାଇଥିଲା। ତେବେ ଏହାର ୧୧ ଦିନ ପରେ ଉକ୍ତ ଆଦେଶକୁ ପ୍ରତ୍ୟାହାର କରି ଦିଆଯାଇଛି। ସୋମବାର ସୁପ୍ରିମକୋର୍ଟ ମେ’ ମାସରେ ଏଆଇଏଫଏଫ ଗଠନ କରିଥିବା ୩ ଜଣିଆ ସିଓଏ କମିଟିକୁ ରଦ୍ଦ କରିଥିଲେ। ଏହାପରେ ଫିଫାର ବୈଠକ ବସିଥିଲା। ଏହି ବୈଠକରେ ଭାରତ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଛି।


ଏବେ ଏଆଇଏଫଏଫରେ ଯେମିତି ତୃତୀୟ ପକ୍ଷ ହସ୍ତକ୍ଷେପ ନ କରିବେ, ତା’ର ବ୍ୟବସ୍ଥା କରାଯାଉଛି। ଏଥିପାଇଁ ସଂଶୋଧିତ ସମ୍ବିଧାନ ସହିତ ଏଆଇଏଫଏଫ ସେପ୍ଟେମ୍ବର ୨ ତାରିଖରେ ତା’ର ନିର୍ବାଚନ କରିବ। ଏହି ନିର୍ବାଚନ ପରେ ସବୁ କିଛି ବିବାଦର ସମାଧାନ ହୋଇପାରିବ ବୋଲି ଫୁଟବଲ ପ୍ରେମୀ ଓ ଖେଳାଳିମାନେ ଆଶା ରଖିଛନ୍ତି।

ଫିଫା କହିଛି ଯେ ପୂରା ସ୍ଥିତି ଉପରେ ସଂସ୍ଥାର ନଜର ରହିଛି। ସେହିପରି ଏଆଇଏଫଏଫର ନିର୍ବାଚନକୁ ସମୟ ଅନୁସାରେ କରିବାକୁ ଫିଫା ସବୁ ପ୍ରକାରର ସମର୍ଥନ କରିବ। ମଙ୍ଗଳବାର ଏଆଇଏଫଏଫର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ସୁନାନ୍ଦୋ ଦେଓ ଫିଫାର ସମ୍ପାଦକ ଫାତମା ସମୌରାଙ୍କୁ ବ୍ୟାନ ନିଷ୍ପତ୍ତିର ପୁନଃ ସମୀକ୍ଷା କରିବାକୁ ମଧ୍ୟ କହିଥିଲେ।

The post ଭାରତ ଉପରୁ ହଟିଲା ଫିଫାର ବ୍ୟାନ୍‌, ଖେଳାଯିବ ମହିଳା ଫୁଟବଲ ବିଶ୍ୱକପ appeared first on Odisha Reporter.



from Odisha Reporter https://ift.tt/7pB1zE9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages