ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନବମ ଦିନରେ ୪ ସ୍ୱର୍ଣ୍ଣ ସମେତ ୧୪ଟି ପଦକ ଆଣିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 6, 2022

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନବମ ଦିନରେ ୪ ସ୍ୱର୍ଣ୍ଣ ସମେତ ୧୪ଟି ପଦକ ଆଣିଲା ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ଗୋଲ୍ଡେନ୍ ଡେ’। ଗୋଟିଏ ଦିନରେ ୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସମେତ ମୋଟ ୧୪ଟି ମେଡାଲ୍ ହାତେଇଛି ଭାରତ। ଯାହା ଚଳିତ କମନ୍ୱେଲ୍‌ଥ ଗେମ୍ସରେ ଦିନକରେ ଏତେ ସଂଖ୍ୟକ ପଦକ ଜିତିବାରେ ପ୍ରଥମ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ନବମ ଦିନରେ ଭାରତକୁ କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍‌ରେ  ଗୋଟିଏ ସ୍ୱର୍ଣ୍ଣ ମିଳିଛି। ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଲଗାତାର ଭାବେ ତିନୋଟି କମନ୍ୱେଲ୍‌ଥ ଗେମ୍ସରେ ଗୋଲ୍ଡ ମେଡାଲ୍ ହାସଲ କରିଛନ୍ତି  ଭିନେଶ୍। ୨୦୧୪ ଗ୍ଲାସଗୋ, ୨୦୧୮ ଗୋଲ୍ଡ କୋଷ୍ଟ ଏବଂ ୨୦୨୨ ବର୍ମିଂହାମ୍‌ରେ ବି ସ୍ୱର୍ଣ୍ଣ ହାସଲ କରିଛନ୍ତି ସେ। ଖାଲି ଏତିକି ନୁହେଁ ଭିନେଶ, ଭାରତର ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଯିଏ କମନେୱେଲଥ୍ ଓ ଏସିଆନ୍ ଗେମସ୍‌ରେ ସ୍ୱର୍ଣ୍ଣ ପଦକକୁ ନିଜ ନାଁରେ କରିଛନ୍ତି।

ସେହିପରି ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ। ୫୭ କେଜି ପୁରୁଷ  ବର୍ଗର ପ୍ରଥମ ରାଉଣ୍ଡରେ ହିଁ ନାଇଜେରିଆନ୍ କୁସ୍ତି ଯୋଦ୍ଧାଙ୍କୁ ଚିତପଟାଙ୍ଗ କରିଛନ୍ତି ରବି। ପୁରୁଷ ୭୪ କେଜି ବର୍ଗରେ ଭାରତର ନବୀନ ମଧ୍ୟ ସ୍ୱର୍ଣ୍ଣ ହାତେଇଛନ୍ତି। ପାକିସ୍ତାନ ଖେଳାଳି  ମହମ୍ମଦ ସରିପ୍‌ଙ୍କୁ ୯-୦ରେ ମାତ୍ ଦେଇ ସ୍ୱର୍ଣ୍ଣ ଜିତିଛନ୍ତି ନବୀନ। ସେପଟେ ପାରା ଟେବୁଲ ଟେନିସ୍ ମହିଳା ସିଙ୍ଗଲ୍ସରେ ଭାରତର ଭାବିନା ପଟ୍ଟେଲ ମଧ୍ୟ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି।

ଅନ୍ୟପଟେ ନବମ ଦିନରେ ୩ଟି ସିଲ୍‌ଭର ମେଡାଲ୍ ମିଳିଛି। କମନୱେଲ୍‌ଥରେ ଭାରତର ପୁରୁଷ ଟିମ୍ ରୌପ୍ୟ ପଦକ ହାତେଇଛି। ମେନ୍ସ ୩ ହଜାର ମିଟର  ଷ୍ଟିପଲ୍ଚେଜ୍‌ରେ ଭାରତର ଅବିନାଶ ସାବ୍ଲେଙ୍କୁ ମିଳିଛି ରୌପ୍ୟ। ସେହିପରି ମହିଳା ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କା ଗୋସ୍ୱାମୀ ଜିତିଛନ୍ତି ରୌପ୍ୟ ପଦକ। ରେକର୍ଡ ୪୯ ମିନିଟ ୩୮ ସେକେଣ୍ଡରେ ୧୦ ହଜାର ମିଟର ପାର କରି ବ୍ୟକ୍ତିଗତ ରେକର୍ଡ ଭାଙ୍ଗିଛନ୍ତି ପ୍ରିୟଙ୍କା। ପ୍ରଥମ ଭାରତୀୟ ମହିଳା ଭାବେ ରେସ ଓ୍ୱାକ୍ ବା ଚାଲି ଇଭେଣ୍ଟରେ ସେ ପଦକ ଜିତିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନବମ ଦିନରେ ଭାରତ ପାଇଛି ୭ଟି ବ୍ରୋଞ୍ଜ ମେଡାଲ୍। ବକ୍ସିଂରେ ଭାରତର ରୋହିତ ଟୋକାସ୍, ମହମ୍ମଦ ହୁସାମୁଦ୍ଦିନ ଓ ଜସ୍ମିନ୍ ଲାମ୍ବୋରିଆ ବ୍ରୋଞ୍ଜ ଆଣିଛନ୍ତି।  ସେହିପରି ପୁରୁଷ ୯୭ କେଜି ବର୍ଗ କୁସ୍ତିରେ ଭାରତର ଦୀପକ ନେହରା ପାକିସ୍ତାନର ତାୟବ ରାଜାଙ୍କୁ ହରାଇ ବ୍ରୋଞ୍ଜ ଜିତିଛନ୍ତି। ମହିଳା ଫ୍ରି ଷ୍ଟାଇଲ୍ ୭୬ କେଜି ବର୍ଗ କୁସ୍ତିରେ ଭାରତର ପୂଜା ସିହାଗ୍ ବ୍ରୋଞ୍ଜ ହାତେଇଛନ୍ତି। ସେହିପରି ମହିଳା ୫୦ କିଲୋଗ୍ରାମ ବର୍ଗ କୁସ୍ତିରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ପୂଜା ଗେହଲଟ୍।  ପାରା ଟେବଲ ଟେନିସରେ ଭାରତର ସୋନାଲବେନ୍  ପଟ୍ଟେଲ ବ୍ରୋଞ୍ଜ ପଦକ ହାତେଇଛନ୍ତି। କମନୱେଲ୍‌ଥ ଗେମ୍ସରେ ଏଯାଏଁ ୧୩ଟି ସ୍ୱର୍ଣ୍ଣ, ୧୧ ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ସହ ମୋଟ ୪୦ଟି ମେଡାଲ୍ ପାଇ ଭାରତ ପଞ୍ଚମ ସ୍ଥାନରେ ରହିଛି।

ଅନ୍ୟପଟେ ନିଜ ନିଜ ବର୍ଗରେ ଫାଇନାଲକୁ ଯାଇଛନ୍ତି ଭାରତର ତିନି ଜଣ ବକ୍ସର ମହିଳା। ମିନିମମ ୱେଟ୍ ବର୍ଗରେ ନୀତି ଗଙ୍ଘାସ ଏବଂ ଲାଇଟ୍ ଫ୍ଲାଇୱେଟ୍‌ ବର୍ଗରେ ନିଖତ ଜରୀନ୍  ଫାଇନାଲକୁ ଯାଇଛନ୍ତି।  ପୁରୁଷ ଫ୍ଲାଇୱେଟ୍ ବର୍ଗରେ ଅମିତ ପଙ୍ଘଲ ଫାଇନାଲରେ ପ୍ରବେଶ କରିଛନ୍ତି। ସେପଟେ ଫାଇନାଲରେ ପହଁଚିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ସେମିରେ  ଇଂଲଣ୍ଡକୁ ୪ ରନ୍‌ରେ ମାତ୍ ଦେଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲକୁ କ୍ୱାଲିଫାଇ କରିଛି ମହିଳା ଟିମ୍

ପୁରୁଷ ହକିରେ ଦକ୍ଷିଣ ଆଫ୍ରିକାକୁ ୩-୨ ଗୋଲ୍‌ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛି ଭାରତ। ସେହିପରି ବକ୍ସିଂରେ ଭାରତର ସାଗର ଅହ୍ଲଓ୍ୱାତ୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବ୍ୟାଡମିଣ୍ଟନ୍‌ ମେନ୍ସ ସିଙ୍ଗଲ କ୍ୱାଲିଫାୟାରରେ ଇଂଲଣ୍ଡର ଟୋବ୍ୟଙ୍କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା କାଦମ୍ବି ଶ୍ରୀକାନ୍ତ। ମ୍ୟାଲେସିଆର ଜେ ୟଙ୍ଗଙ୍କ ସହ ଆଜି ତାଙ୍କର ସେମି ଫାଇନାଲ୍ ମ୍ୟାଚ୍ ଅଛି। ସେହିପରି ମେନ୍ସ ସିଙ୍ଗଲ କ୍ୱାଲିଫାୟାରରେ ମୋରିସସ୍‌ର ଜୁଲିଆନଙ୍କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତର ଲକ୍ଷ୍ୟ ସେନ୍। ଆଜି ସେମି ଫାଇନାଲ୍‌ରେ ସିଙ୍ଗାପୁରର ଜିଆହେଙ୍ଗ ତେହଙ୍କ ସହ ତାଙ୍କର ମୁକାବିଲା ହେବ।

The post ରାଜ୍ୟଗୋଷ୍ଠୀ କ୍ରୀଡ଼ା: ନବମ ଦିନରେ ୪ ସ୍ୱର୍ଣ୍ଣ ସମେତ ୧୪ଟି ପଦକ ଆଣିଲା ଭାରତ appeared first on Odisha Reporter.



from Odisha Reporter https://ift.tt/CkXEAiH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages