କାବୁଲରେ ପୁଣି ବିସ୍ଫୋରଣ, ୮ମୃତ, ୨୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 6, 2022

କାବୁଲରେ ପୁଣି ବିସ୍ଫୋରଣ, ୮ମୃତ, ୨୨ ଆହତ

କାବୁଲ: ଆଫଗାନିସ୍ଥାନର ରାଜଧାନୀ କାବୁଲରେ ପୁଣି ବିସ୍ଫୋରଣ। ଏକ ବ୍ୟସ୍ତବହୁଳ ଶପିଂ ଷ୍ଟ୍ରିଟ୍‌ରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅତିକମ୍‌ରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ହୋଇଛନ୍ତି। ଏନେଇ ଏକ ଘରୋଇ ହସ୍ପିଟାଲ ଅଧିକାରୀ ସୂଚନା ଦେଇଥିବା ରୟଟର୍ସ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ବୋମା ବିସ୍ଫୋରଣ ଘଟଣା ବଢ଼ି ଚାଲିଛି।

ସହରର ପଶ୍ଚିମ ଜିଲ୍ଲାରେ ଏହି ବୋମା ବିସ୍ଫୋରଣ ହୋଇଥିଲା ଯେଉଁଠାରେ ସଂଖ୍ୟାଲଘୁ ଶିଆ ମୁସଲମାନ ସମ୍ପ୍ରଦାୟର ସଦସ୍ୟମାନେ ନିୟମିତ ସାକ୍ଷାତ କରନ୍ତି। ଇସଲାମିକ୍ ଷ୍ଟେଟ୍ ନାମକ ଜଣେ ସୁନ୍ନି ମୁସଲିମ୍ ଆତଙ୍କବାଦୀ ଗୋଷ୍ଠୀ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଏକ ବସ୍‌ଷ୍ଟାଣ୍ଡ ନିକଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ନିକଟରେ କାବୁଲରେ ଏକ କାର୍‌ ବୋମା ବିସ୍ଫୋରଣ ହୋଇଥିଲା। ଶୁକ୍ରବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦ ନିକଟରେ କାର୍‌ରେ ବୋମା ବିସ୍ଫୋରଣ ହେବା ପରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଜଣ ଆହତ ହୋଇଥିଲେ। ତାଲିବାନର ଜଣେ ଅଧିକାରୀ ଏହି ସୂଚନା ଦେଇଥିଲେ।

କାବୁଲର ପୁଲିସ ମୁଖ୍ୟଙ୍କ  ମୁଖପାତ୍ର ଖାଲିଦ ଜାଦରାନଙ୍କ ସୂଚନା ଅନୁଯାୟୀ,  ପଶ୍ଚିମ କାବୁଲର ଶିଆ ଅଞ୍ଚଳରେ ଥିବା ସର-ଏ-କରେଜର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟରେ ଦୁଇ ଜଣଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା, କିନ୍ତୁ କିଛି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଲା। ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ।

ଆଫଗାନିସ୍ତାନର ସର୍ବସାଧାରଣ ସ୍ଥାନରେ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁଲାଇ ୩୦ରେ ମଧ୍ୟ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲାଇଭ୍‌ କ୍ରିକେଟ୍ ମ୍ୟାଚ୍ ବେଳେ ବୋମା ବିସ୍ଫୋରଣ ହୋଇଥିଲା। ଆଫଗାନିସ୍ତାନର ଶାପାଗିଜା ଟି –ଟ୍ୱେଣ୍ଟି କ୍ରିକେଟ୍ ଲିଗର ଏକ ମ୍ୟାଚ୍ କାବୁଲ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିଲା ଏତିକି ବେଳେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

The post କାବୁଲରେ ପୁଣି ବିସ୍ଫୋରଣ, ୮ମୃତ, ୨୨ ଆହତ appeared first on Odisha Reporter.



from Odisha Reporter https://ift.tt/7ym90L4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages