ଜାମିନ ପାଇବା ପରେ ଉତ୍ସବ ମନାଇଲେ ନିଲମ୍ବିତ ବିଜେପି ବିଧାୟକ ରାଜା ସିଂହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 23, 2022

ଜାମିନ ପାଇବା ପରେ ଉତ୍ସବ ମନାଇଲେ ନିଲମ୍ବିତ ବିଜେପି ବିଧାୟକ ରାଜା ସିଂହ

ହାଇଦ୍ରାବାଦ: ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଅଭଦ୍ର ଟିପ୍ପଣୀ ଦେଇ ଗିରଫ ହୋଇଥିବା ନିଲମ୍ବିତ ବିଜେପି ବିଧାୟକ ଟି ରାଜା ସିଂହଙ୍କୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଜାମିନ ମିଳିଛି। ମଙ୍ଗଳବାର ସେ ଜାମିନ ପାଇବା ପରେ ଉତ୍ସବ ମନାଇଛନ୍ତି। ବିଧାୟକ ରାଜା ସିଂହଙ୍କୁ ତାଙ୍କ ସମର୍ଥକ ଓ ଓକିଲମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଉଥିବା ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ସେ ମଧ୍ୟ ଜାମିନ ପାଇ ବେଶ ଖୁସି ଥିବା ଫଟୋରୁ ଜଣାପଡ଼ୁଛି।

ସୋମବାର ବିଧାୟକ ରାଜା ପ୍ରଫେଟ ମହମ୍ମଦ ଓ ଷ୍ଟାଣ୍ଡଅପ କମେଡିଆନ ମୁନାୱର ଫାରୁକିଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଗୋଟିଏ ଭିଡିଓ ଜାରି କରିଥିଲେ। ଏହାକୁ ନେଇ ହାଇଦ୍ରାବାଦରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକଙ୍କ ଚାପ ଯୋଗୁ ହାଇଦ୍ରାବାଦ ପୁଲିସ୍‌ ରାଜା ସିଂହଙ୍କ ବିରୋଧରେ ମାମଲା କରିଥିଲା।

ଏଥିସହ ମଙ୍ଗଳବାର ସକାଳେ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବିତ କରିବା ସହ କାହିଁକି ବହିଷ୍କାର କରା ନଯିବ, ତା’ର ଜବାବ ଦେବାକୁ ନୋଟିସ କରିଥିଲା। ଏହାକୁ ନେଇ ହଟଚମଟ ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ପୁଲିସ୍‌ ତାଙ୍କୁ ହାଇଦ୍ରାବାଦର ନାମପାଲ୍ଲୀ କୋର୍ଟରେ ହାଜର କରିଥିଲା।

ଏହି ସମୟରେ କୋର୍ଟ ବାହାରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ଼ ଜମିଥିଲା। ପୁଲିସ୍‌ ରିମାଣ୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ। ଗିରଫ କରିବା ପୂର୍ବରୁ ହାଇଦ୍ରାବାଦ ପୁଲିସ୍‌ ସୁପ୍ରିମକୋର୍ଟଙ୍କ ଏକାଧିକ ଗାଇଡଲାଇନକୁ ଉଲ୍ଲଙ୍ଘନ କରିଥିବା ରାଜା ସିଂହଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି ରାଜାଙ୍କୁ ତୁରନ୍ତ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟରୁ ଜାମିନ ପାଇବା ପରେ ରାଜା ସିଂହ ନିଜ ସମର୍ଥକଙ୍କ ସହ ନାରାବାଜୀ କରି ଘରକୁ ଆସିଥିଲେ। ସେ ଜାମିନ ପାଇଥିବାରୁ ସେଲିବ୍ରେସନ କରାଯାଇଥିଲା। ସମର୍ଥକ ଓ ଓକିଲମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ।

The post ଜାମିନ ପାଇବା ପରେ ଉତ୍ସବ ମନାଇଲେ ନିଲମ୍ବିତ ବିଜେପି ବିଧାୟକ ରାଜା ସିଂହ appeared first on Odisha Reporter.



from Odisha Reporter https://ift.tt/eHRE2C7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages