ମୁମ୍ବାଇ: ବଲିଉଡର ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ମଙ୍ଗଳବାର ରାତିରେ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଗଲା କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଶ୍ରୀ ବଚ୍ଚନ ତୁରନ୍ତ କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି। ଅମିତାଭ ବଚ୍ଚନଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଏବେ ଆଇସୋଲେସନରେ ଅଛନ୍ତି। ସେହିପରି ତାଙ୍କ ଶରୀରରେ କରୋନାର ସାମାନ୍ୟ କିଛି ଲକ୍ଷଣ ଥିବା ଜଣାପଡ଼ିଛି।
୭୯ ବର୍ଷୀୟ ଅମିତାଭ ବଚ୍ଚନ ଟ୍ୱିଟ କରି କହିଛନ୍ତି ଯେ “ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ବା ମୋ ସହ ଜଡ଼ିତ ଅଛନ୍ତି, ସେମାନେ ନିଜ ସ୍ୱାସ୍ଥ୍ୟର ଯାଞ୍ଚ କରନ୍ତୁ ଓ ତୁରନ୍ତ କରୋନା ଟେଷ୍ଟ କରାଇ ନିଅନ୍ତୁ।”
ଅମିତାଭ ବଚ୍ଚନ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨୦୨୦ରେ ସେ କରୋନାରେ ଆକ୍ରାନ୍ତ ହେବା ସହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣି ଆରାଧ୍ୟାଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।
ବର୍ତ୍ତମାନ ଅମିତାଭ ବଚ୍ଚନ କୌନ ବନେଗା କୋରର ପତିର ହୋଷ୍ଟିଂ କରୁଛନ୍ତି। ଆଗାମୀ ଦିନରେ ସେ ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ପାର୍ଟ ୱା-ଶିବ, ବିକାଶ ଭଲଙ୍କ ଗୁଡ ବାଏ, ଉଚ୍ଚାଇ ଓ ପ୍ରୋଜେକ୍ଟ କେରେ ନଜର ଆସିବେ।
T 4388 – I have just tested CoViD + positive .. all those that have been in my vicinity and around me, please get yourself checked and tested also ..
— Amitabh Bachchan (@SrBachchan) August 23, 2022
The post ବିଗ ବି ଅମିତାଭ ବଚ୍ଚନଙ୍କୁ ପୁଣି କରୋନା appeared first on Odisha Reporter.
from Odisha Reporter https://ift.tt/bkVe1BA
No comments:
Post a Comment