ଭଦ୍ରକ(ପ୍ରାର୍ଥ ସାରଥୀ ନାୟକ): କଳା ପଲସରରେ ଆସି ଝାମ୍ପି ନେଇ ଚାଲିଗଲେ ୧ ଲକ୍ଷରୁ ଅଧିକ ଟଙ୍କା। ଜଣେ ଆଳୁ ବ୍ୟବସାୟୀଙ୍କଠାରୁ ଲୁଟେରାମାନେ ଟଙ୍କା ବ୍ୟାଗ ଝାମ୍ପି ନେଇ ପଳାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ।
ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଆଳୁ ବ୍ୟବସାୟୀ ତପନ ପାତ୍ର ଦୋକାନ ବନ୍ଦ କରୁଥିଲେ। ଏହି ସମୟରେ ଟଙ୍କା ବ୍ୟାଗଟି ତାଙ୍କ ପାଖରେ ରଖିଥିଲେ। ହଠାତ୍
ଦୁଇ ଜଣ ଲୁଟେରା କଳା ପଲସରରେ ଆସି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ତପନ ସେମାନଙ୍କ ଗାଡ଼ିକୁ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରି ପାରି ନଥିଲେ। ଏନେଇ ତପନ ଧାମନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ କରୁଛି।
The post କଳା ପଲସରରେ ଆସି ଝାମ୍ପି ନେଲେ ଟଙ୍କା ବ୍ୟାଗ appeared first on Odisha Reporter.
from Odisha Reporter https://ift.tt/e8snTNP
No comments:
Post a Comment