ଭାରତୀୟ ମହିଳାଙ୍କ ଚାଲିଗଲା ଜୀବନ, ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 31, 2022

ଭାରତୀୟ ମହିଳାଙ୍କ ଚାଲିଗଲା ଜୀବନ, ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିଜ ଦେଶରେ ନାଗରିକ ନହୋଇ ମଧ୍ୟ ଜଣେ ଅତିଥିଙ୍କ ସେବାରେ ଅବହେଳାକୁ ସ୍ୱୀକାର କରି କେମିତି ସମ୍ବେଦନଶୀଳ ଓ ନୈତିକ ଦାୟିତ୍ୱ ନିଆଯାଇପାରେ ତାର ଏକ ଉଦାହରଣ ପର୍ତ୍ତୁଗାଲରେ ଦେଖିବାକୁ ମିଳିଛି। ପର୍ତ୍ତଗାଲରେ ଜଣେ ଭାରତୀୟ ମହିଳା ପର୍ଯ୍ୟଟକଙ୍କ  ମୃତ୍ୟୁ ଘଟଣାରେ ସେଠାରେ ପର୍ତ୍ତୁଗାଲ ସ୍ୱସ୍ଥ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ  ଇସ୍ତଫା ଦେଇଛନ୍ତି। ଲିସବନ୍‌ ହସପିଟାଲକୁ ସମ୍ପୃକ୍ତ ମହିଳା ପର୍ଯ୍ୟଟକଙ୍କୁ ସ୍ଥାନ୍ତାନ୍ତର ବେଳେ ତାଙ୍କର ମୃତ୍ୟୁ  ଘଟିଛି। ୩୪ ବର୍ଷୀୟ ବୟସ୍କ ଗର୍ଭବତୀ ଭାରତୀୟ ମହିଳା ପର୍ଯ୍ୟଟକଙ୍କୁ ଲିସବନ୍‌ର ମୁଖ୍ୟ ଡାକ୍ତରଖାନା ସାଣ୍ଟିଆ ମାରିଆରୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ସମୟରେ ହୃଦ୍‌ଘାତରେ ଶିକାର ହୋଇଥିଲେ। ଏହି ସମୟରେ ସେ ଏକ ଶିଶୁ ସନ୍ତାନଙ୍କୁ ମଧ୍ୟ ଜନ୍ମ ଦେଇଛନ୍ତି। ତେବେ କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହେଲା ସେନେଇ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କୋଭିଡ ମହାମାରୀ ସମୟରେ ଦେଶର ଟିକା ଅଭିଯାନକୁ ସଫଳତାର ସହ ପରିଚାଳନା କରିଥିଲେ  ମାର୍ଟା ଟେମିଡୋ ।

କିନ୍ତୁ ନିକଟ ଅତୀତରେ ଡାକ୍ତରଙ୍କ ଅଭାବ ଦର୍ଶାଇ ହସପିଟାଲରେ ଜରୁରୀକାଳୀନ ବିଭାଗକୁ ବନ୍ଦ କରିଦେଇଥିଲେ ମାର୍ଟା ଟେମିଡୋ। ଯାହାକୁ ନେଇ କଡ଼ା ସମାଲୋଚନାର ଶିକାର ହୋଥିଲେ ମାର୍ଟା ଟେମିଡୋ। ତେଣୁ ଭାରତୀୟ ମହିଳାଙ୍କକ ମୃତ୍ୟୁ ସ୍ୱାସ୍ଥ୍ୟ ସେବାଜନିତ ଅବହଳାକୁ ଦାୟୀ କରାଯାଉଛି। ଅନ୍ୟପଟେ  ମାର୍ଟା ଟେମିଡୋଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ପପର୍ତ୍ତୃଗାଲ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହିପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଘଣଟାର ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ କରିବା ପାଇଁ ପଦକ୍ଷେପ ଦିଆଯିବ ବୋଲି କହିଛନ୍ତି।  ସେ କହିଛନ୍ତି ଯେ,  ମହିଳା ପର୍ଯ୍ୟଟଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ। ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ  ଇସ୍ତଫା ଦେଇଛନ୍ତି।

 

ଗତ କିଛି ତଳେ  ମଧ୍ୟରେ ପର୍ତ୍ତୁଗାଲରେ ସମାନ ଘଟଣା ଘଟିଥଲା।  ଯେଉଁଥିରେ  ଜଣେ ମାଙ୍କୁ ଗୋଟିଏ ମେଡିକାଲରୁ  ଅନ୍ୟମେଡିକାଲକୁ ସ୍ଥାନାନ୍ତର ବେଳେ ତାଙ୍କ ୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ତେବେ କୋଭିଡ୍‌ ସମୟରେ ମାର୍ଟା ଟେମିଡୋଙ୍କ ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ।  ପର୍ତ୍ତୃଗାଲ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, କ୍ରମାଗତ ୨ଟି ଦୁଃଖଦ ଘଟଣା ଘଟିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ନିଜ ପଦରେ ରହିବା ପାଇଁ ଉଚିତ୍‌ ମଣି ନଥିଲେ। ତେଣୁ ଉପରୋକ୍ତ ଘଟଣା ପାଇଁ ନିଜକୁ ଦାୟୀ କରି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।  ୨୦୧୮ରେ  ମାର୍ଟା ଟେମିଡୋ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାରବେ ଦାୟିତ୍ୱ ନେ‌ଇଥିଲେ।  କୋଭିଡ୍‌-୧୯ ବେଳେ ମହାମାରୀକୁ କଡ଼ା ମୁକାବିଲା କରି ନିଜକୁ ବେଶ ଦକ୍ଷମନ୍ତ୍ରୀ ଭାବେ ପରିଚିତ କାରିପାରିଥିଲେ ସେ।

The post ଭାରତୀୟ ମହିଳାଙ୍କ ଚାଲିଗଲା ଜୀବନ, ଇସ୍ତଫା ଦେଲେ ପର୍ତ୍ତୁଗାଲର ସ୍ୱାସ୍ଥ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/F19Wkwn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages