ଲିଙ୍ଗରାଜଙ୍କ ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 25, 2022

ଲିଙ୍ଗରାଜଙ୍କ ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୋଷ ଘରେ ପଶି ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ। ଅଣସେବାୟତ ରୋଷ ଘରେ ପଶି ଲିଙ୍ଗରାଜଙ୍କ ପାଇଁ ଉଦ୍ଦିଷ୍ଟ ଭୋଗ ଅମୁଣିଆକୁ ଖାଇବା ସହ ମାରା କରି ଦେଇଥିଲେ। ଅମୁଣିଆ ମାରା ହେବାରୁ ଗତକାଲି ଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ଓ ବଡ଼ସିଂହାର ବେଶ ବିଳମ୍ବ ହୋଇଥିଲା। ପରେ ଚୂନପାଣି ଛିଞ୍ଚି ଲିଙ୍ଗରାଜଙ୍କ ରୋଷଘରକୁ ଧୋକାଳ କରାଯାଇଥିଲା। ଅଣସେବାୟତଙ୍କୁ ଲିଙ୍ଗରାଜ ଥାନାରେ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବ୍ରାହ୍ମଣ ନିଯୋଗ। ଏହାସହ ଢିଲା ସୁରକ୍ଷାକୁ ଦାୟୀ କରିଛି ନିଯୋଗ। ତେବେ ଅଣସେବାୟତ ଜଣକ ଜଣେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ବୋଲି କୁହାଯାଉଛି ।

ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି, ଶ୍ରୀଲିଙ୍ଗରାଜଙ୍କ ରୋଷ ଘରେ ପଶି ଜଣେ ଅଣସେବାୟତ  ଅମୁଣିଆ ଭୋଗ ଚୋରି କରି ଖାଇବା ପ୍ରଥମ ଘଟଣା। ଏଥିପାଇଁ ମନ୍ଦିରର ସୁରକ୍ଷା ଅଧିକ କଡ଼ାକଡ଼ି କରାଯିବା ଦରକାର।

 

The post ଲିଙ୍ଗରାଜଙ୍କ ଅମୁଣିଆ ଭୋଗ ଚୋରି କରି ଖାଇଲେ ଅଣ ସେବାୟତ appeared first on Odisha Reporter.



from Odisha Reporter https://ift.tt/aFMY3Gg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages