ସାମାନ୍ୟ କଥା କଟାକଟିରୁ ସାନଭାଇ ବେକ କାଟିଦେଲା ବଡ଼ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 25, 2022

ସାମାନ୍ୟ କଥା କଟାକଟିରୁ ସାନଭାଇ ବେକ କାଟିଦେଲା ବଡ଼ ଭାଇ

ବଳାଙ୍ଗିର(ଘଟେଶ୍ୱର ମିଶ୍ର): ପୁଣି ଭାଇ ହେଲା ଭଗାରୀ । ସାମାନ୍ୟ କଥା କଟାକଟିରୁ ରକ୍ତମୁଖା ସାଜିଲା ବଡ଼ଭାଇ । ପନିକିରେ ସାନ ଭାଇର ତଣ୍ଟି କାଟିଦେଲା। ସାନ ଭାଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଫେରାର ହୋଇଯାଇଛି ବଡ଼ ଭାଇ । ଏପରି  ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଆକ୍ରମଣରେ ଗୁରୁତର ହୋଇଥିବା ଯୁବକହେଲେ ବୁଢିବାହାଲ ଗାଁର ବେଣୁଧର ପୁଟାଙ୍କ ସାନ ପୁଅ  ସନ୍ତୋଷ ପୁଟା ଓ ଅଭିଯୁକ୍ତ ହେଲେ ତାଙ୍କ ବଡ଼ ମଝିଆ ପୁଅ ଧନୁଜ ପୁଟା ।

ଗତକାଲି ରାତିରେ ଧନୁଜ ପୁଟା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସେ  ସାନ ଭାଇ ସନ୍ତୋଷ ପୁଟାକୁ ଅସଭ୍ୟ ଭାଷାରେ ଗାଲିଗୁଲଜ  କରିଥିଲେ। ସନ୍ତୋଷ ଏହାର ପ୍ରତିବାଦ କରିବାରୁ ନିଶାସକ୍ତ ବଡ ଭାଇ  ହିତାହିତ ଜ୍ଞାନ ଭୁଲି ପନିକିରେ ସାନ ଭାଇକୁ ଆକ୍ରମଣ କରିଥିଲେ ।  ଧନୁଜ  ସାନଭାଇ ସନ୍ତୋଷର ବେକକୁ ପନିକିରେ କାଟି ଦେଇ ଫେରାର ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ୨୫ ବର୍ଷୀୟ ସନ୍ତୋଷଙ୍କୁ ପରିବାର ଲୋକେ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ତରଫରୁ ଏ ପର୍ଯ୍ୟନ୍ତ ତୁରେକେଲା ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇନଥିବା ଜଣାପଡିଛି ।

The post ସାମାନ୍ୟ କଥା କଟାକଟିରୁ ସାନଭାଇ ବେକ କାଟିଦେଲା ବଡ଼ ଭାଇ appeared first on Odisha Reporter.



from Odisha Reporter https://ift.tt/ZMhRzkF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages