ବିଲକିସ୍ ବାନୋଙ୍କ ସମର୍ଥନରେ ୬୦୦୦ ଲୋକେ, ଦୋଷୀଙ୍କୁ ମୁକ୍ତ ନିଷ୍ପତ୍ତି ରଦ୍ଦ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 18, 2022

ବିଲକିସ୍ ବାନୋଙ୍କ ସମର୍ଥନରେ ୬୦୦୦ ଲୋକେ, ଦୋଷୀଙ୍କୁ ମୁକ୍ତ ନିଷ୍ପତ୍ତି ରଦ୍ଦ ଦାବି

ଅହମ୍ମଦାବାଦ: ଗୁଜରାଟ ୨୦୦୨ ଦଙ୍ଗାରେ ପୀଡ଼ିତ ବିଲକିସ୍ ବାନୋଙ୍କ ସମର୍ଥନରେ ବାହାରିଛନ୍ତି ହଜାର ହଜାର ଲୋକେ। ତାଙ୍କୁ ଗଣ ଦୁଷ୍କର୍ମ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ଦୋଷୀମାନଙ୍କୁ ଜେଲରୁ ମୁକ୍ତ ନିଷ୍ପତ୍ତି ବିରୋଧରେ ସ୍ୱର ତେଜିବରେ ଲାଗିଛି। ସାମାଜିକ କର୍ମୀ, ରାଜନୈତିକ ବ୍ୟକ୍ତି, ମାନବିକ ଅଧିକାରୀ କର୍ମୀ, ଐତିହାସିକ ବ୍ୟକ୍ତି ଏବଂ ବ୍ୟୋରୁକ୍ରାଟ, ସାମ୍ବାଦିକ, ଫିଲ୍ମ ନିର୍ମାତା ତଥା ସାଧାରଣ ଲୋକେ ଏମିତି ସମାଜର ବିଭିନ୍ନ ବର୍ଗର ଲୋକେ ବିଲକିସ୍‌ ବାନୋଙ୍କ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ସେମାନେ ବିଲକିସ୍ ବାନୋଙ୍କ ପରିବାରକୁ ନଷ୍ଠ କରିଥିବା ଦୋଷୀମାନଙ୍କୁ ଜେଲରୁ ମୁକୁଳିବା ନିଷ୍ପତିକୁ ଘୋର ନାପସନ୍ଦ କରିଛନ୍ତି। ଏହି ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ  ପ୍ରାୟ ୬୦୦୦ ଲୋକେ ଦାବି କରିଛନ୍ତି । ବିଲକିସ୍ ବାନୋଙ୍କ ସମର୍ଥନରେ ଆଗେଇ ଆସିଥିବା ଏହି ୬୦୦୦ ଲୋକେ ଏକ ବୟାନ ଜାରି କରିଛନ୍ତି। ଦୋଷୀମାନଙ୍କ ଆଗୁଆ ମୁକ୍ତି ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଛନ୍ତି ।  ଏଥିସହ ବିଭିନ୍ନ ସଙ୍ଗଠନ ମଧ୍ୟ ବିଲକିସ୍ ବାନୋଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି।

ଏକ ବିବୃତ୍ତିରେ ସେମାନେ କହିଛନ୍ତି ଯେ, ଏହା ଆମ ପାଇଁ ଲଜ୍ଜାଜନକ।  ଯେଉଁ ଦିନ ଆମେ ଗର୍ବର ସହ ଆମ ସ୍ୱାଧୀନତାକୁ ପାଳନ କରୁଛେ  ସେହିଦିନ ଜଣେ ଗଣଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କ ଅଭିଯୁକ୍ତଙ୍କୁ ମୁକ୍ତି କରି ଦିଆଯାଉଛି। ଦୋଷୀମାନଙ୍କ ପ୍ରତି ଦଣ୍ଡ କୋହଳ ନିଷ୍ପତ୍ତି ଅନୈତିକ ଏବଂ ଦୁର୍ଭାଗ୍ୟଜନକ। ତୁରନ୍ତ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଛି। ସୂଚନାଯୋଗ୍ୟ, ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ପରେ ଗୁଜରାଟରେ ଦଙ୍ଗା ହୋଇଥିଲା।ଏହି ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ଏବଂ ତାଙ୍କର ୩ ବର୍ଷର ଝିଅ ଓ ୭ ଜଣ ସମ୍ପର୍କୀୟଙ୍କ ସହ ୧୩ ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ୧୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୦୮ ଜାନୁଆରିରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ବମ୍ବେ ହାଇକୋର୍ଟ ଉକ୍ତ ଦଣ୍ଡାଦେଶକୁ କାଏମ୍ ରଖିଥିଲେ। ୧୫ ବର୍ଷରୁ ଊର୍ଦ୍ଧ୍ୱକାଳ ଜେଲଦଣ୍ଡ ଭୋଗିବା ପରେ ଜଣେ ଦୋଷୀ ସୁପ୍ରିମ୍‌କୋର୍ଟରେ ସେମାନଙ୍କୁ ଖଲାସ କରିଦେବା ପାଇଁ ଆବେଦନ କରିଥିଲେ।

କୋର୍ଟ ଗୁଜରାଟ ସରକାରଙ୍କୁ ଏ ବିଷୟରେ ବିଚାର କରି ନିଷ୍ପତ୍ତି ନେବାକୁ ଆଦେଶ ଦେଇଥିଲେ। ଗୁଜରାଟ ସରକାର ଏ ନେଇ ଏକ କମିଟି ଗଠନ କରିଥିଲେ। କମିଟି ୧୧ ଜଣଙ୍କୁ ସରକାରଙ୍କ ପୁରୁଣା ବନ୍ଦୀ ମୁକ୍ତି ନୀତି ଅନୁଯାୟୀ ଖଲାସ କରିବାକୁ ସୁପାରିସ କରିଥିଲା। ଏହି ଦୋଷୀମରନେ ଆଜୀବନକାରାଦଣ୍ଡ କାଟୁଥିବା ବେଳେ ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ମୁକ୍ତ କରିଦିଆଯାଇଛି। ଗୁଜରାଟ ସରକାର ‘କ୍ଷମା ନୀତି’ରେ ଏହି ଦୋଷୀମାନଙ୍କୁ ମୁକ୍ତ କରିଛନ୍ତି। ଏହାପରେ ନିଜ ଅସନ୍ତୋଷ ଜାହିର କରିଛନ୍ତି ପୀଡ଼ିତା ବିଲକିସ୍‌ ବାନୋ।। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଘୋର ଅସନ୍ତୋଷ ବ୍ୟକ୍ତ କରି ନିଜ ବଞ୍ଚିବାର ଅଧିକାରକୁ ଫେରାଇ ଦେବାକୁ ନିବେଦନ କରିଛନ୍ତି ।  ବିନା ଭୟ ଓ  ଶାନ୍ତିରେ ବଞ୍ଚିବା ପାଇଁ ସେ ସରକାରଙ୍କ ଠାରେ ନିବେଦନ କରିଛନ୍ତି । ଖାଲି ସେତିକି ନୁହଁ ନ୍ୟାୟ ବ୍ୟବସ୍ଥା ଉପରେ ତାଙ୍କର ରହିଥିବା ବିଶ୍ୱାସ ଦୋହଲିଯାଇଛି। ୨୦ ବର୍ଷ ତଳେ ସେ ଯେଉଁ ଶାରୀରିକ ଓ ମାନସିକ ଆଘାତ ପାଇଥିଲେ, ସେ ଆଘାତ ପୁଣି ସେ ଅନୁଭବ କରିଛନ୍ତି। ଏହି ଖବରରେ ସେ ନିର୍ବାକ ହୋଇପଡ଼ିଥିବା କହିଥିଲେ।

The post ବିଲକିସ୍ ବାନୋଙ୍କ ସମର୍ଥନରେ ୬୦୦୦ ଲୋକେ, ଦୋଷୀଙ୍କୁ ମୁକ୍ତ ନିଷ୍ପତ୍ତି ରଦ୍ଦ ଦାବି appeared first on Odisha Reporter.



from Odisha Reporter https://ift.tt/uS1cr3N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages