୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଚାଲିଗଲା ୫ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 25, 2022

୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଚାଲିଗଲା ୫ ଜଣଙ୍କ ଜୀବନ

ମୋରଦାବାଦ: ଉତ୍ତର ପ୍ରଦେଶର ମୋରଦାବାଦରେ ଥିବା ଗୋଟିଏ ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ବିଲଡିଂରେ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ପୂରା ବିଲଡିଂ ହୁତହୁତ ହୋଇ ଜଳିଥିଲା।

ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ବଞ୍ଚାଇବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନଥିଲା। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି। ସେହିପରି ଘଟଣାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ପୁଲିସ୍‌ କହିଛି ଯେ ମୋରଦାବାଦର ଗାଲଶାହୀଦ ଅଞ୍ଚଳରେ ଥିବା ଗୋଟିଏ ୩ ମହଲା କଠୋରେ ନିଆଁ ଲାଗିଥିଲା। ବିଲଡିଂ ମଧ୍ୟରୁ ଅଗ୍ନିଶମ କର୍ମଚାରୀମାନେ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର କୌଣସି ଚେତା ନଥିଲେ। ସମସ୍ତଙ୍କୁ ମୋରଦାବାଦର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରମାନେ ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ମୋରଦାବାଦ ଜିଲ୍ଲା ମାଜିଷ୍ଟ୍ରେଟ ଶୈଳନ୍ଦ୍ର ସିଂହ ଓ ଏସ୍‌ପି ହେମନ୍ତ କୁଟିୟାଲ ଘଟଣସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ବିଲଡିଂ ମାଲିକ ସ୍କ୍ରାପ ଜିନିଷ ସବୁ ଗ୍ରାଉଣ୍ଡ ଫ୍ଲୋରରେ ରଖିଥିଲେ। ସେହିପରି ବାକି ୩ଟି ଯାକ ମହଲାରେ ତାଙ୍କ ପରିବାର ଲୋକ ରହୁଥିଲେ। ପ୍ରଥମେ ସ୍କ୍ରାପ ଜିନିଷରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏହାପରେ ପୂରା ବିଲଡିଂ ନିଆଁର ଆଁରେ ଫସି ଯାଇଥିଲା।


ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି, ଗୋଟିଏ ପରିବାରର ୩ ଭାଇ ରହୁଥିବା ୩ ମହଲା କୋଠାରେ ନିଆଁ ଲାଗିଛି। ଏଥିରେ ୨ ଛୋଟ ପିଲାଙ୍କ ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ୍‌ ଅଗ୍ନିକାଣ୍ଡର କାରଣ ଖୋଜିବାରେ ଲାଗିଛି ବୋଲି ସେ କହିଛନ୍ତି।

The post ୩ ମହଲା କୋଠାରେ ଲାଗିଲା ଭୟଙ୍କର ନିଆଁ, ଚାଲିଗଲା ୫ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/WNeGYMh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages