ନୂଆଦିଲ୍ଲୀ: ଦେଶରେ ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ୫ଜି ଟେଲିକମ ସେବା ଦେଶର କିଛି ସହରରେ ଉପଲବ୍ଧ ହେବ। ସେହିପରି ୨ରୁ ୩ ବର୍ଷ ମଧ୍ୟରେ ପୂରା ଦେଶରେ ଏହି ଦ୍ରୁତ ଟେଲିକମ ସେବା ମିଳିବ ବୋଲି ଗୁରୁବାର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ। ତେବେ ଦେଶରେ ୫ଜି ଟେଲିକମ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଜି ସେବା କଥା କହିଛନ୍ତି। ଚଳିତ ଦଶନ୍ଧିର ଶେଷ ବେଳକୁ ଦେଶରେ ୬ଜି ଟେଲକମ ସେବା ଆରମ୍ଭ କରିବାକୁ ମଧ୍ୟ କେନ୍ଦ୍ର ସରକାର ଯୋଜନା କରୁଥିବା ସେ କହିଛନ୍ତି।
ସ୍ମାର୍ଟ ଇଣ୍ଡିଆ ହାକଥନ ୨୦୨୨ର ଗ୍ରାଣ୍ଡ ଫାଇନାଲରେ ସମ୍ବୋଧନ କରି ମୋଦି ଏପରି କଥା କହିଛନ୍ତି। ସେ କହିଛନ୍ତି, ସବୁଦିନ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି। ଦେଶ ଆଧୁନିକରଣ ଯୁଗରେ ପ୍ରବେଶ କରୁଛି। ଏଥିପାଇଁ ଦୈନିକ ନୂଆ ନୂଆ ଜିନିଷ ସୃଷ୍ଟି କରି ସମସ୍ୟାର ସମାଧାନ କରିବାକୁ ପଡ଼ିବ। କୃଷି ଜନିତ ସମସ୍ୟାର ସମାଧାନ କରିବାକୁ ନୂଆ ରଣକୌଶଳ ବାହାର କରିବା ପାଇଁ ସେ ଉଦ୍ଭାବକମାନଙ୍କୁ କହିଥିବା ସୂଚନା ଦେଇଛନ୍ତି।
ସେ ଆହୁରି କହିଛନ୍ତି, “କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଡ୍ରୋନ ଟେକ୍ନିଲୋଜିର ବହୁଳ ବ୍ୟବହାର କରି ସମାଧାନର ରାସ୍ତାରେ ଯୁବଗୋଷ୍ଠୀ କାମ କରିପାରିବେ। ଏଥିସହ ଆମେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶରେ ୬ଜି ଟେଲିକମ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ଗେମିଂ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରର ଭାରତୀୟ ସମାଧାନ ପାଇଁ ମଧ୍ୟ ପ୍ରୟାସ କରୁଛୁ। ଭାରତ ସରକାର ଯେଉଁଭଳି ଭାବେ ବୈଷୟିକ କ୍ଷେତ୍ରରେ ପୁଞ୍ଜି ନିବେଶ କରୁଛନ୍ତି, ତା’ର ଫାଇଦା ପ୍ରତିଟି ଯୁବକ/ଯୁବତୀ ଉଠାଇବା ଦରକାର।”
ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଯୁବଗୋଷ୍ଠୀଙ୍କୁ ୫ଜି ଟେଲିକମ ସେବା ପାଇଁ ସବୁ ଗାଁରେ ଲାଗିବାକୁ ଥିବା ଅପଟିକାଲ ଫାଇବରର ପୂରା ଫାଇଦା ଉଠାଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଗେମିଂ ଇକୋସିଷ୍ଟମର ଲାଭ ଉଠାଇବାକୁ କହିଛନ୍ତି। ସେ କହିଛନ୍ତି, ଭାରତୀୟ ସଂସ୍କୃତିକୁ ଆଗକୁ ନେବା ପାଇଁ ଲୋକମାନେ ଦୁଇଟି ବିଷୟରେ ସବୁବେଳେ ଗୁରୁତ୍ୱ ଦେବା ଉଚିତ। ଗୋଟିଏ ହେଲା ସାମାଜିକ ସମର୍ଥନ ଓ ଅନ୍ୟଟି ହେଲା ପ୍ରତିଷ୍ଠାନଗତ ସମର୍ଥନ। ଲୋକମାନେ ନୂଆ ଚିନ୍ତାଧାରା ଓ ବାସ୍ତବ ଭାବନାକୁ ଗ୍ରହଣ କରିବା ଉଚିତ ବୋଲି ମଧ୍ୟ ମୋଦି କହିଛନ୍ତି।
ଭାରତ ଗଲା ୭ରୁ ୮ ବର୍ଷ ଭିତରେ ଗୋଟିଏ ପରେ ଗୋଟିଏ ବୈପ୍ଳିବ ପରିବର୍ତ୍ତନ ସହ ଦ୍ରୁତଗତିରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଦେଶରେ ଡିଜିଟାଲ ଓ ଦକ୍ଷତାର ବିପ୍ଳବ ଦେଖିବାକୁ ମିଳୁଛି। ଆଗକୁ ଯୁବ ଉଦ୍ଭାବକ ପାଇଁ ଅନେକ ପ୍ରକାରର ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ଅନ୍ୟପକ୍ଷରେ ଆସନ୍ତା ଅକ୍ଟୋବର ୧୨ ସୁଦ୍ଧା ଦେଶର ୧୩ ସହରରେ ୫ଜି ଟେଲିକମ ସେବା ଆରମ୍ଭ ହେବ। ଏହି ୧୩ ସହର ମଧ୍ୟରେ ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ମୁମ୍ବାଇ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ ଓ ପୁଣେ ରହିଛନ୍ତି। ସେହିପରି ଏହି ସହରଗୁଡ଼ିକର ସମସ୍ତ ଲୋକ ମଧ୍ୟ ୫ଜି ଟେଲିକମ ସେବା ପାଇପାରିବେ ନାହିଁ। କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାଥମିକ ଭାବେ ୫ଜି ସେବା ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି।
The post ୫ଜି ଆସିନି, ୬ଜି ଆସିବା କଥା କହିଲେ ମୋଦି appeared first on Odisha Reporter.
from Odisha Reporter https://ift.tt/fqkbU6E
No comments:
Post a Comment