ନୂଆଦିଲ୍ଲୀ: ମାଟିରେ ମିଶିବ ଟ୍ୱିନ୍ ଟାୱାର୍। ମାତ୍ର ୯ ସେକେଣ୍ଡ ମଧ୍ୟରେ ଧ୍ୱଂସ ହୋଇଯିବ ଦିଲ୍ଲୀ ନଏଡା ସ୍ଥିତ ଏହି ୧୩୦ ମିଟର ଉଚ୍ଚ ଅଟ୍ଟାଳିକା। ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାର ଆଜି ଭଙ୍ଗାଯିବ। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉନ୍ଡାଉନ୍। ଆଜି ଅପରାହ୍ନରେ ଏହି ଟୁଇନ ଟାୱାର ଭଙ୍ଗାଯିବ। ବିସ୍ପୋରଣ କରି ୯ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯିବ। ଏଥିପାଇଁ ବ୍ୟବହାର ହେବ ୩ହଜାର ୭ଶହ କେଜି ବିସ୍ଫୋରକ।
ଦୁଇଟି ଟାୱାର ମଧ୍ୟରୁ ଗୋଟିଏ ୩୨ ମହଲା ଓ ଅନ୍ୟଟି ୨୯ ମହଲା ରହିଛି । ଟାୱାର୍ରେ ମୋଟ ୯୧୫ ଫ୍ଲାଟ ରହିଛି। ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହା ଭାଙ୍ଗିବାକୁ ପ୍ରାୟ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ବିଲ୍ଡିଂକୁ ତିଆରି କରିଥିବା କମ୍ପାନୀ ସୁପରଟେକ୍ ହିଁ ବହନ କରିବ। ଏହି ଟ୍ୱିନ୍ ଟାୱାର୍କୁ ଧ୍ୱଂସ କରିବା ପାଇଁ ଏଥିରେ ୯,୬୪୦ଟି ଛିଦ୍ର କରାଯାଇ ବିସ୍ଫୋରକ ଭର୍ତ୍ତି କରାଯାଇଛି।
ନିୟମ ଉଲ୍ଲଂଘନ ହେବା ପରେ ସୁପ୍ରିମକୋର୍ଟ ଏହି ଟ୍ୱିନ୍ ଟାୱାର୍କୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଏଡିଫାଇସ ଇଞ୍ଜିନିୟରିଂ ଏହି ଭାଙ୍ଗିବା ଦାୟିତ୍ୱ ନେଇଛି। ଏଥିପାଇଁ ପ୍ରାୟ ୭ ମାସ ଧରି ଯୋଜନା ପ୍ରସ୍ତୁତ କରିଛି ସଂସ୍ଥା। ଗତ ୨୧ଫେବ୍ରୁଆରୀରୁ ୩୫୦ ଶ୍ରମିକ ଏବଂ ୧୦ଜଣ ଇଞ୍ଜିନିୟର କାମରେ ଲାଗିଥିଲେ।
ତେବେ ବିସ୍ଫୋରଣ ପୂର୍ବରୁ ସକାଳ ୭ଟାରୁ ଆଖପାଖ ୫ଶହ ମିଟର ଭିତରେ ଥିବା ସମସ୍ତ ୧୩୯୬ ଫ୍ଲାଟ୍କୁ ଖାଲି କରିବାକୁ କୁହାଯାଇଛି। ଏଥିସହ ୫୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଟାୱାରର ୧୦କିଲୋମିଟର ଇଲାକାକୁ ନୋ-ଫ୍ଲାଇଙ୍ଗ ଜୋନ୍ ଘୋଷଣା କରାଯିବ। ଆଖପାଖ ସବୁ ରାସ୍ତାରେ ଯାତାୟତ ବନ୍ଦ କରି ଦିଆଯିବ। ଯମୁନା ଏକ୍ପପ୍ରେସ୍ ୱେକୁ ୧ଘଣ୍ଟା ବନ୍ଦ ରଖାଯିବ।
ଟ୍ୱିନ୍ ଟାୱାର ଭାଙ୍ଗିବା ପରେ ପ୍ରାୟ ୪କିଲୋମିଟର ପର୍ଯ୍ୟନ୍ତ ଧୂଳିଧୂଆଁ ବ୍ୟାପିବ। ସେଥିପାଇଁ କୋଠା ଭାଙ୍ଗିବା ପରେ ଆଖପାଖ ଲୋକଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି। ନିକଟସ୍ଥ ଅଞ୍ଚଳରେ ଥିବା ସୋସାଇଟି ଲାଗି ଗାଇଡଲାଇନ ଜାରି କରାଯାଇଛି। କେହି ବାଲକୋନିରେ ଯେପରି ଠିଆ ନହେବେ ସେଥିପାଇଁ କୁହାଯାଇଛି। ଘରର କବାଟ ଏବଂ ଝରକା ବନ୍ଦ ରଖିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି।
The post କାଉନ୍ଡାଉନ୍ ଆରମ୍ଭ, ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିବ ଟ୍ୱିନ୍ ଟାୱାର୍ appeared first on Odisha Reporter.
from Odisha Reporter https://ift.tt/H9FVUyx
No comments:
Post a Comment