ହାଇଭୋଲଟେଜ୍‌ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 27, 2022

ହାଇଭୋଲଟେଜ୍‌ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଲଢ଼େଇ ଆର୍ ୟା ପାର୍‌। ମୁକାବିଲା କର୍ ବା ମର। ଫାଇନାଲ୍ ନହେଲେ ବି ୟେ ସୁପର ଫାଇନାଲ୍। ସାରା ଦେଶ, ସାରା ବିଶ୍ୱ, ସବୁ କ୍ରିକେଟ୍ ପ୍ରେମୀଙ୍କ ଫେଭରେଟ୍ ମୁକାବିଲା। ଭାରତ ଆଉ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍। ଆଜି ସୁପରସଣ୍ଡେରେ ହେବ ସୁପର ଶୋ’। ଦୁବାଇରେ ଆମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ।

ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି ହାଇଭୋଲ୍ଟେଜ୍ T20 ମ୍ୟାଚ୍। ଗତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।  ତେଣୁ ଦୁଇ ଟିମ୍ ନିଜର ସବୁଠୁ ବେଷ୍ଟ ପ୍ରଦର୍ଶନ ଏଥିରେ ଦେବେ।  ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଏସିଆ କପ୍‌ରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍।

ଏସିଆ କପ୍‌ର ଟି-୨୦ ଫର୍ମାଟରେ ଉଭୟ ଦଳ ୯ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଭାରତ ୬ଥର ଓ ପାକିସ୍ତାନ ୨ଥର ବିଜୟୀ ହୋଇଛି। ଅନ୍ୟ ଗୋଟିଏ ମ୍ୟାଚ୍ ଟାଇ ରହିବା ପରେ ଭାରତ “ବୋଲ ଆଉଟ୍’ରେ ବିଜୟୀ ହୋଇଥିଲା। ଆଜିର ମ୍ୟାଚରେ ଦୁଇ ଦଳର ମୁଖ୍ୟ ଷ୍ଟ୍ରାଇକ ବୋଲର ଯଶପ୍ରୀତ ବୁମରା ଓ ସାହିନ ଆଫ୍ରିଦିଙ୍କୁ ଦେଖିବାକୁ ମିଳିବ ନାହିଁ ।

ତେବେ ଏବେ ଫର୍ମରେ ନଥିବା ବିରାଟ କୋହଲି ଓ ପାକିସ୍ତାନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବାବର ଆଜମଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି। ତେଣୁ ଏଥର କ୍ରିକେଟର ମଜା ଦ୍ୱିଗୁଣା ହେବା ଅନୁମାନ କରାଯାଉଛି। ସେପଟେ ଟୁର୍ଣ୍ଣାମେଣ୍ଟରେ ଗତକାଲି ଖେଳାଯାଇଥିବା ଶ୍ରୀଲଙ୍କା-ଆଫଗାନିସ୍ତାନ ମ୍ୟାଚ୍‌ରେ ଆଫଗାନ୍ ଟିମ୍ ୮ ୱିକେଟ୍‌ରେ ବାଜି ମାରି ନେଇଛି।

The post ହାଇଭୋଲଟେଜ୍‌ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/OZI6ALx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages