ଶ୍ରୀନଗର: ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଘାଟିରେ ପୁଣି ଆତଙ୍କବାଦୀ ଆକ୍ରମଣ। ଏଥର ଆତଙ୍କବାଦୀମାନେ ପୁଲିସକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି। ଜମ୍ମୁକଶ୍ମୀର କୁଲଗାମର କାମୋହରେ ଶନିବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ପୁଲିସ ଟିମ୍ ଉପରକୁ ଗ୍ରେନେଡ୍ ମାଡ କରିଛନ୍ତି। ଏଥିରେ ଜଣେ ପୁଲିସକର୍ମୀ ସହିଦ ହୋଇଥିବା ସୂଚନା ମିଳିଛି।
ଜମ୍ମୁ କଶ୍ମୀର ପୁଲିସର କହିବା ମୁତାବକ, ଏହି ଆତଙ୍କବାଦୀ ଆକ୍ରମଣରେ ପୁଞ୍ଚ ମେଣ୍ଡରର ବାସିନ୍ଦା ତାହିର ଖାନ ନାମକ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଜିଏମସି ହସ୍ପିଟାଲ ଅନନ୍ତନାଗକୁ ନିଆଯାଇଥିଲା, ସେଠାରେ ସେ ସହିଦ ହୋଇଥିଲେ।
ଏହା ପୂର୍ବରୁ ଶନିବାର ସକାଳେ ମଧ୍ୟ ଜମ୍ମୁକଶ୍ମୀର ଶ୍ରୀନଗରର ଇଦ୍ଗାହ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେହ୍ ମାଡ କରିଥିଲେ। ଏଥିରେ ସିଆର୍ପିଏଫ୍ର ଜଣେ ଯବାନ ଆହତ ହୋଇଥିଲେ। ଶ୍ରୀନଗର ପୁଲିସ ଏନେଇ ଟୁଇଟ୍ କରି ସୂଚନା ଦେଇଥିଲା।
ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କବାଦୀ ଆକ୍ରମଣ ଘଟଣା ବଢ଼ି ଚାଲିଛି। ନିକଟରେ ସୁରକ୍ଷାର୍ମୀମାନେ ବଡଗାମ ୱାଟରହେଲ ଅଞ୍ଚଳରୁ ତିନି ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରିଥିଲେ। ଏହି ଆତଙ୍କବାଦୀଙ୍କ ମଧ୍ୟରେ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟ ଓ କ୍ଲର୍କ ରହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସାମିଲ ଥିବା ଲସ୍କର-ଏ-ତୋଇବାର କମାଣ୍ଡର ଲତିଫ ରାଥର ମଧ୍ୟ ସାମିଲ ଥିଲା। ଏହି ତିନି ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ହତିଆର ଓ ଗୁଳିଗୋଳା ଜବତ ହୋଇଥିଲା।
The post ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଗ୍ରେନେଡ୍ ହମ୍ଲା, ପୁଲିସକର୍ମୀ ସହିଦ appeared first on Odisha Reporter.
from Odisha Reporter https://ift.tt/oHmJXh7
No comments:
Post a Comment