ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା। ନକ୍ସଲଙ୍କ କଳା ପତାକା ଉଡାଇବା ସ୍ଥାନରେ ଲୋକେ ଉଡାଇଛନ୍ତି ଜାତୀୟ ପତାକା। ଦେଶ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଚିତ୍ର। ଓରାପଦର, ଘନବେଡା, ଗୋରାସେତୁ ଓ ଯନ୍ତ୍ରୀରେ ଥିବା ସହିଦ ସ୍ତମ୍ଭରେ ସ୍ଥାନୀୟ ବାସିନ୍ଦା ତ୍ରିରଙ୍ଗା ଉଡାଇଛନ୍ତି। ବିଏସଏଫ୍ ଯବାନଙ୍କ ସହ ମିଶି ସ୍ଥାନୀୟ ବାସିନ୍ଦା ଆଜାଦି କା ଅମୃତ ମହୋତ୍ସବକୁ ଧୁମଧାମରେ ପାଳନ କରିଛନ୍ତି।
କନ୍ଧମାଳ ଜିଲ୍ଲାରେ ୭୬ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିଜେ ଏସ୍ପି ବିନୀତ ଅଗ୍ରଓ୍ୱାଲ ବିଭିନ୍ନ ଜାଗାରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।
ସେହିପରି ସ୍ୱାଧୀନତା ଦିବସ ପାଳନ ପାଇଁ କୋରାପୁଟରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜିଲ୍ଲାରେ ସୀମା ସିଲ କରାଯାଇଥିବା ବେଳେ ପୁଲିସ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ସହର ପ୍ରବେଶ ପଥରେ ଚେକିଂ ଓ ବ୍ଲକିଂ କରାଯାଉଥିବା ବେଳେ ନକ୍ସଲ ପ୍ରବଣ ଓ ସମ୍ବେଦନଶୀଳ ଅଞ୍ଚଳ ଗୁଡିକୁ ନଜର ରଖିବା ପାଇଁ ଥାନା ଗୁଡିକୁ ସଜାଗ ରହିବା ପାଇଁ କୁହାଯାଇଛି। ଜଣେ ଅତିରିକ୍ତ ଏସ୍ପି, ୭ଜଣ ଡିଏସ୍ପି, ୭ଜଣ ଇନିସପେକ୍ଟର, ୨୫ଜଣ ଅଫିସର ଏବଂ ୩ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
The post ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡ଼ିଲା ତ୍ରିରଙ୍ଗା appeared first on Odisha Reporter.
from Odisha Reporter https://ift.tt/zecDwXg
No comments:
Post a Comment