ସ୍ୱାଧୀନତା ଦିବସ: ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 14, 2022

ସ୍ୱାଧୀନତା ଦିବସ: ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ

ନୂଆଦିଲ୍ଲୀ: ଆଜି ଦେଶ ପାଳନ କରୁଛି ୭୬ ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦେଶବାସୀ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଇଂରେଜଙ୍କ ଶାସନ ଅଧୀନରେ ପ୍ରାୟ ୨୦୦ ବର୍ଷ ରହିବା ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା। ଦେଶକୁ ସ୍ୱାଧୀନ କରିବାକୁ ଅନେକ ସଂଘର୍ଷ ହୋଇଛି, ଅନେକ ସଂଗ୍ରାମ ହୋଇଛି, ଆଉ ଅନେକ ସ୍ୱାଧୀନତା ସଂଗ୍ରାମୀ ସହିଦ ହୋଇଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ସାହସିକତା ପାଇଁ ଇଂରେଜମାନେ ଦେଶ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଥିଲେ। ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ ବୋଲି ମୋଦି କହିଛନ୍ତି।

ମହାପୁରୁଷଙ୍କ ବଳିଦାନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ। ବାପୁଜୀ, ନେତାଜୀ ଓ ସବରକରଙ୍କ ପରି ମହାପୁରୁଷଙ୍କ ନାଁ ନେଲେ। ସହିଦ ଭଗତ ସିଂହ, ରାଜଗୁରୁଙ୍କ ବଳିଦାନକୁ ସ୍ମରଣ କଲେ ମୋଦି। ତାନ୍ତିଆ ଟୋପେ, ଜୟୀ ରାଜଗୁରୁ, ମଙ୍ଗଲ ପାଣ୍ଡେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ସ୍ୱାଧୀନତା ପରେ ଦେଶ ନିର୍ମାଣକାରୀଙ୍କୁ ମନେ ପକାଇଲେ। ୭୫ ବର୍ଷ ଭିତରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ନେହରୁ, ପଟେଲ, ଶାସ୍ତ୍ରୀ, ରାଜେନ୍ଦ୍ର ପ୍ରସାଦଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ମୋଦି।

୭୫ ବର୍ଷର ଯାତ୍ରାରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଛୁ। କେବେ କୌଣସି ପରିସ୍ଥିତିରେ ହାରିବାକୁ ଦେଇନାହୁଁ। ଅଭାବ, ଉପହାସ ଭିତରେ କେବେ ବି ପଛକୁ ଫେରିନୁ। ଗୁଲାମୀ ଶାସନର ଅନ୍ତ ପରେ ଆମେ ସଫଳତାର ପାହାଚ ଚଢୁଛୁ। ଆତଙ୍କବାଦ ଜରିଆରେ ଛଦ୍ମ ଯୁଦ୍ଧ ଚାଲିଛି, ମାତ୍ର ଆଗକୁ ବଢୁଛୁ। ଭାରତର ବିବିଧତା ହେଉଛି ଆମର ପ୍ରକୃତ ଶକ୍ତି। ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ ବୋଲି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି।

୨୦୧୪ରେ ଦେଶବାସୀ ମୋତେ ଦାୟିତ୍ୱ ଦେଇଥିଲେ। ସ୍ୱାଧୀନତା ପରେ ଜନ୍ମିତ ପ୍ରଥମ ବ୍ୟକ୍ତି ଭାବେ ଦାୟିତ୍ୱ ନେଇଥିଲି। ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛି। ସବୁଠୁ ବଡ଼ କଥା ହେଲା ଆମ ଦେଶର ଲୋକେ ବେଶ୍ ଆକାଂକ୍ଷୀ। ଦେଶକୁ ବଦଳାଇବା ପାଇଁ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି। ସାମୁହିକ ଚେତନାର ଜାଗରଣ ମୁଁ ଦେଖିପାରୁଛି। ୨୦୦ କୋଟି ଡୋଜ୍ ଟିକା ନେଇ ଚେତନା ଦେଖାଇଛନ୍ତି ଦେଶବାସୀ ବୋଲି ମୋଦି କହିଛନ୍ତି।

ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି। ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକ୍ରମଣ ଆଶଙ୍କା ଥିବାରୁ ଏହାର ମୁକାବିଲା କରିବାକୁ ଡିଆରଡିଓ ପକ୍ଷରୁ ବିକଶିତ କାଉଂଟର ଡ୍ରୋନ ସିଷ୍ଟମକୁ ଲାଲକିଲ୍ଲା ନିକଟରେ ମୁତୟନ କରାଯାଇଛି।

The post ସ୍ୱାଧୀନତା ଦିବସ: ଭାରତ ହେଉଛି ସାରା ବିଶ୍ୱ ପାଇଁ ଗଣତନ୍ତ୍ରର ଜନନୀ appeared first on Odisha Reporter.



from Odisha Reporter https://ift.tt/LdYP7l0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages