ବିହାରରେ ମହାମେଣ୍ଟ ପାର୍ଟ-୨, ଆଜି ଶପଥ ନେବେ ନୀତୀଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 9, 2022

ବିହାରରେ ମହାମେଣ୍ଟ ପାର୍ଟ-୨, ଆଜି ଶପଥ ନେବେ ନୀତୀଶ

ପାଟନା: ବିହାରରେ ନୂଆ ମହାମେଣ୍ଟ ସରକାର। ଆଜି ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଅପରାହ୍ନରେ ଶପଥ ନେବେ ମହାଗଠବନ୍ଧନ ସରକାର-୨.୦। ରାଜଭବନରେ ଶପଥ ନେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ। ଏ ନେଇ ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି। ମହାଗଠବନ୍ଧନ ପାର୍ଟ-୨ ସରକାରରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି।

ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି। ସେପଟେ ବିଧାନସଭାର ବାଚସ୍ପତି ତେଜସ୍ୱୀଙ୍କ ଦଳ ଆରଜେଡି ଭାଗରେ ପଡ଼ିବ ବୋଲି ଜଣାପଡ଼ିଛି। ନୀତୀଶଙ୍କ ନୂଆ ସରକାରରେ କଂଗ୍ରେସ ଓ ବାମ ଦଳର ସଦସ୍ୟ ବି ସାମିଲ ହେବେ ବୋଲି ସୂଚନା ମିଳିଛି।

ବିଜେପି ହାତ ଛାଡ଼ିବା ପରେ ନୀତିଶ ଗତକାଲି ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ମହାଗଠନବନ୍ଧନ ସରକାରକୁ ୭ଟି ଦଳର ସମର୍ଥନ ରହିଥିବା ବେଳେ ବିଧାନସଭାରେ ମେଣ୍ଟ ଦଳର ୧୬୪ ବିଧାୟକ ରହିଥିବା ନୀତୀଶ ସୂଚନା ଦେଇଥିଲେ।

ସେପଟେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନୀତୀଶଙ୍କ ନାଁରେ ଆଉ ଏକ ନୂଆ ଯୋଡ଼ି ହେବ। ଏହାକୁ ମିଶାଇ ନୀତୀଶ ୮ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ମାର୍ଚ୍ଚ, ୨୦୦୦ ମସିହାରେ ପ୍ରଥମ କରି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ। କେନ୍ଦ୍ରରେ ବାଜପେୟୀଙ୍କ ସରକାର ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ସିନା ହୋଇଥିଲେ କିନ୍ତୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ପୂର୍ବରୁ ତାଙ୍କୁ ପଦବୀ ଛାଡ଼ିବାକୁ ପଡ଼ିଥିଲା।

୨୦୦୫ରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ କୁମାର। ବିହାରରେ ଓବିସି ବର୍ଗଙ୍କ ମଧ୍ୟରେ ବେଶ୍ ପରିଚିତ ଥିବା ନୀତୀଶ ସେତେବେଳେ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲେ। ଏକଦା ଲାଲୁ ଯାଦବଙ୍କ ସାନ ଭାଇ ଭାବେ ପରିଚିତ ଥିବା ନୀତୀଶ, ୨୦୧୦ରେ ବିଜେପି ସହ ମେଣ୍ଟରେ ଲଢ଼ିଥିଲେ ନିର୍ବାଚନ। ସେତେବେଳେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାଇକେଲ୍ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଥିଲେ। ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଖରାପ ପଦର୍ଶନ ଓ ମୋଦି କ୍ୟାମ୍ପେନ୍ କମିଟିର ମୁଖ୍ୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିଲେ ସେ।

ନୀତୀଶ, କେବେ ଏପଟେ କେବେ ସେପଟେ। ଏହି ଥିଓରୀରେ ପୁଣିଥରେ ୨୦୧୫ରେ ଆର୍‌ଜେଡି ଓ କଂଗ୍ରେସର ହାତ ଧରି ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ଦୁଇ ବର୍ଷ ନଯାଉଣୁ ମହାମେଣ୍ଟ ସହ ଅଲଗା ହୋଇଥିଲେ। ଗତକାଲି ଭଳି ୨୦୧୭ରେ, ନୀତୀଶ କୁମାର ସକାଳେ ମହାମେଣ୍ଟରୁ ଇସ୍ତଫା ଦେଇ ସଂଧ୍ୟାରେ ବିଜେପି ଆଡକୁ ଢ଼ଳି ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ୨୦୨୦ରେ ପୁଣି ଥରେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ।

The post ବିହାରରେ ମହାମେଣ୍ଟ ପାର୍ଟ-୨, ଆଜି ଶପଥ ନେବେ ନୀତୀଶ appeared first on Odisha Reporter.



from Odisha Reporter https://ift.tt/vzj7YkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages