ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୨୩ଟା ସୁନା ବିସ୍କୁଟ ଓ କୋଟିଏରୁ ଅଧିକ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 9, 2022

ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୨୩ଟା ସୁନା ବିସ୍କୁଟ ଓ କୋଟିଏରୁ ଅଧିକ ଟଙ୍କା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜେଇ ଖୋଜୁଖୋଜୁ ମିଳିଲା ପୁଳା ପୁଳା ଟଙ୍କା ଓ ସୁନା ବିସ୍କୁଟ୍ ।  ଗଞ୍ଜେଇ ଥିବା ସନ୍ଦେହରେ ବ୍ରହ୍ମପୁରରେ ଏକ ଗାଡ଼ି ଯାଞ୍ଚ ବେଳେ ସେଥିରୁ ମିଳିଲା ୧ କୋଟି ୨୨ ଲକ୍ଷର କ୍ୟାସ୍ । ଏହାପରେ ଘଟଣାର ଖୋଳତାଡ଼ କରୁ କରୁ ଏହି ଟଙ୍କା ଦେଇ ବଦଳରେ ଜଣେ ବ୍ୟବସାୟୀ ସୁନା ବିସ୍କୁଟ ନେଇଥିବା ଜଣାପଡ଼ିଲା। ତାଙ୍କ ନିକଟରୁ ମିଳିଲା ୨୩ଟି ସୁନା ବିସ୍କୁଟ । ଏହି ଘଟଣାରେ ୩ ଜଣ ଅଟକ ଥିବା ବେଳେ  GST ଫାଙ୍କି ବ୍ୟବସାୟ କରିବାକୁ ସେମାନେ ଏପରି ଯୋଜନା କରିଥିବା କହିଛନ୍ତି।

ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳ ଦେଇ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଯିବ ବୋଲି ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଆଧାରରେ ଅବକାରୀ ଅଧିକାରୀ ବିଭିନ୍ନ ଛକରେ ଯାଞ୍ଚ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଲାଞ୍ଜିପଲ୍ଲୀ ନିକଟରେ ମୁମ୍ବାଇ ନମ୍ବର ପ୍ଲେଟ ଥିବା ଏକ କାର୍‌ ଯାଉଥିବା ବେଳେ ତାହାକୁ ଅଟକାଇଥିଲେ ଅବକାରୀ ଅଧିକାରୀ।

ଏହାପରେ ଉକ୍ତ ଗାଡ଼ି ଯାଞ୍ଚ କରିବାରୁ ତାହାର ଡିକି ମଧ୍ୟରୁ ୧ କୋଟି ୨୨ ଲକ୍ଷର କ୍ୟାସ୍  ମିଳିଥିଲା। ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲ ବୋଲି କାର୍‌ରେ ଥିବା ୨ ଜଣଙ୍କୁ ପଚାରିବାରୁ ବ୍ରହ୍ମପୁରର ଜଣେ ସୁନା ବ୍ୟବସାୟୀଙ୍କୁ  ସୁନା ବିସ୍କୁଟ ବିକି ଏହି ଟଙ୍କା ଆଣିଥିବା କହିଲେ। ଏହାପରେ ଉକ୍ତ ବ୍ୟବସାୟୀଙ୍କୁ ଡାକି ପଚରାଯିବାରୁ ସେ ସୁନା କିଣିଥିବା ମାନିଲେ । ତାଙ୍କ ନିକଟରୁ ସମୁଦାୟ ୨୩ଟି ସୁନା ବିସ୍କୁଟ ଜବତ ହୋଇଛି।

ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ବଡ଼ବଜାରର ୨ ଜଣ ସୁନା ବ୍ୟବସାୟୀ ଓ ମହାରାଷ୍ଟ୍ରର ଜଣେ ଥିବା ଜଣାଯାଇଛି।

The post ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୨୩ଟା ସୁନା ବିସ୍କୁଟ ଓ କୋଟିଏରୁ ଅଧିକ ଟଙ୍କା appeared first on Odisha Reporter.



from Odisha Reporter https://ift.tt/qdx43NG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages