ନୂଆଦିଲ୍ଲୀ: ଭାରତରେ ଲ୍ୟାଣ୍ଡ କଲା ଫ୍ରାନ୍ସର ଏୟାର ଆଣ୍ଡ ସ୍ପେଶ ଫୋର୍ସର ଯୁଦ୍ଧ ବିମାନ। ତାମିଲନାଡୁରେ ଥିବା ଭାରତୀୟ ବାୟସେନାର ସୁଲୁର ବେସ୍ରେ ଲ୍ୟାଣ୍ଡ କରି ଫ୍ରାନ୍ସ ଫୋର୍ସର ୩ଟି ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ପକ୍ଷରୁ ପ୍ରଶାନ୍ତ ମହାସାଗରରେ ଚାଲିଥିବା ସାମରିକ ଅଭ୍ୟାସର ଅଂଶ ବିଶେଷ ଓ ରଣନୀତିକ ଦୃଷ୍ଟି କୋଣରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କାରଣ ପ୍ରଶାନ୍ତ ମହାସାଗରରେ ଅପରେସନ ବେଳେ ଫ୍ରାନ୍ସକୁ ଭାରତର ସହାୟତା ଆବଶ୍ୟକ ପଡ଼ିପାରେ। ତେଣୁ ଜରୁରୀ ପରିସ୍ଥିତି ମୁକାବିଲା କରିବା ପାଇଁ ଫ୍ରାନ୍ସ ଯୁଦ୍ଧ ବିମାନ ଭାରତ ମାଟିରେ ଲ୍ୟାଣ୍ଡ କରିଥିବା ଜଣାପଡ଼ିଛି।
ଫ୍ରାନ୍ସ ଓ ଭାରତ ମଧ୍ୟରେ ୨୦୧୮ରେ ହୋଇଥିବା ଚୁକ୍ତି ଅନୁସାରେ ଭାରତୀୟ ବାୟୁସେନା ଫ୍ରାନ୍ସର ବିମାନଗୁଡ଼ିକୁ ସବୁ ପ୍ରକାରର ସହାୟତା ଓ ଲଜିଷ୍ଟିକ ସମର୍ଥନ କରିଛି। ଗୁରୁବାର ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତୀୟ ବାୟୁସେନାର ସହଯୋଗ ଉଭୟ ଦେଶ ମଧ୍ୟରେ ଥିବା ଉଚ୍ଚସ୍ତରୀୟ ବିଶ୍ୱାସ ଓ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ପ୍ରତିଫଳିତ କରିଛି।
ଅଗଷ୍ଟ ୧୦ ଓ ୧୧ରେ ସୁଲୁର ସ୍ଥିତି ବାୟୁସେନା ବେସ୍ରେ ଫ୍ରାନ୍ସ କଣ୍ଟିଜେନକୁ ବୈଷୟିକ ସହାୟତା ଦିଆଯାଇଥିଲା। ଫ୍ରାନ୍ସ ସେନା ୧୦ରୁ ଅଗଷ୍ଟରୁ ସେପ୍ଟେମ୍ବର ୧୮ ଯାଏ ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ପାଗେଜ୍ ୨୨ ନାଁରେ ତା’ର ସାମରିକ ଅପରେସନର ଅଭ୍ୟାସ କରୁଛି। ଏହି ଅଭ୍ୟାସ ସମୟରେ ଭାରତୀୟ ବାୟୁସେନା ବେସ୍ର ମଧ୍ୟ ସହାୟତା ନିଆଯାଇଛି। ଏହା ରଣନୀତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ।
ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୧୦ ତାରିଖ ସନ୍ଧ୍ୟାରେ ଫ୍ରାନ୍ସର ୩ଟି ରାଫେଲ ଯୁଦ୍ଧ ବିମାନ ସୁଲୁର ବେସ୍ରେ ଅବତରଣ କରିଥିଲେ। ଏହାପରେ ଅଗଷ୍ଟ ୧୧ ତାରିଖ ଭୋର ସମୟରେ ଏଗୁଡ଼ିକ ଇନ୍ଧନ ଭର୍ତ୍ତି କରିବା ପରେ ପୁଣି ଉଡ଼ାଣ ଭରିଥିଲେ।
The post ସାମରିକ ଅଭ୍ୟାସ ବେଳେ ଭାରତରେ ଲ୍ୟାଣ୍ଡ କଲା ଫ୍ରାନ୍ସର ୩ ରାଫେଲ ଜେଟ୍ appeared first on Odisha Reporter.
from Odisha Reporter https://ift.tt/axQyVl2
No comments:
Post a Comment