ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟରେ ଥିବା ଏକ ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୬୮ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ମହିଳା ଅଛନ୍ତି। ଏହି ଅଘଟଣ ଆନ୍ଧ୍ରପ୍ରଦେଶର ଅନାକାପଲ୍ଲେ ଜିଲ୍ଲାର ଅଚ୍ୟୁତାପୁରମ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଶିଳ୍ପାଞ୍ଚଳରେ ଥିବା ଏକ ପୋଷାକ ଉତ୍ପାଦନ କମ୍ପାନୀରେ ଘଟିଛି ।
ଗ୍ୟାସ୍ ଲିକ୍ ହେବା ଯୋଗୁ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ଅଣନିଶ୍ୱାସୀ ହେବା ସହ ସେମାନଙ୍କ ଆଖି ପୋଡ଼ିଥିଲା। ଏଥିସହ ବାରମ୍ବାର ବାନ୍ତି ମଧ୍ୟ ହୋଇଥିଲା । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୫୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଅନାକାପଲ୍ଲେର ଏସ୍ପିଙ୍କ ସୂଚନା ଅନୁଯାୟୀ, ଗ୍ୟାସ୍ ଲିକ୍ ଯୋଗୁ ୬୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ତୁରନ୍ତ ଉକ୍ତ ସ୍ଥାନ ଖାଲି କରାଯାଉଛି। ଅମୋନିଆ ଗ୍ୟାସ୍ ଲିକ୍ ହେବାରୁ ଏପରି ଘଟଣା ଘଟିଥିବା ତଦନ୍ତକାରୀ ଅଧିକାରୀ ଆଶଙ୍କା ବ୍ୟକ୍ତ କରୁଛନ୍ତି।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ କେମିକାଲ୍ସ ଟେକନୋଲଜିର ବିଶେଷଜ୍ଞ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ବିଷାକ୍ତ ଗ୍ୟାସ୍କୁ ଟେଷ୍ଟିଂ ପାଇଁ ଲ୍ୟାବ୍କୁ ପଠାଇଛନ୍ତି। ଏହି ଘଟଣା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ କମ୍ପାନୀକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଗତ ୪ ମାସରେ ଏହା ତୃତୀୟ ଗ୍ୟାସ୍ ଘଟଣା ବୋଲି କୁହଯାଉଛି । ଏପରି ସମାନ ଘଟଣା ଗତ ଜୁମ୍ ୩ ତାରିଖରେ ବି ଘଟିଥିଲା, ଯେଉଁଥିରେ ମହିଳାମାନେ ଆଖି ପୋଡ଼ିବା ସହ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ।
The post କମ୍ପାନୀରେ ହଠାତ୍ ଲିକ୍ ହେଲା ବିଷାକ୍ତ ଗ୍ୟାସ, ୬୮ ଗୁରୁତର appeared first on Odisha Reporter.
from Odisha Reporter https://ift.tt/ixSk8R6
No comments:
Post a Comment