ସମ୍ବଲପୁର( ଓଡ଼ିଶା ରିପୋର୍ଟର): ମନ୍ଦିର ପୂଜକଙ୍କୁ ଗୋଡ଼ାଇ ମାରିଦେଲା ଦନ୍ତା। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ଅନ୍ତର୍ଗତ ସାପ ଲହରା ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାପଲହରା ଶିବମନ୍ଦିରର ପୂଜକ ମୁରଲୀଧର ପୂଜାରୀ।
ଗତକାଲି ସନ୍ଧ୍ୟାରେ ମୁରଲୀଧର ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ଏହି ସମୟରେ ସାପ ଲହରା ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀକୁ ଦେଖି ମୁରଲୀଧର ଦୌଡ଼ିବାକୁ ଲାଗିଥିଲେ। ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା। ଶେଷରେ ସେ ତଳେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ମୁରଲୀଧରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ନିକଟରେ ଶଙ୍ଖ ଓ ଘଣ୍ଟ ପଡ଼ିଛି। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ବନ ବିଭାଗ ମଧ୍ୟ ପହଞ୍ଚିଛି।
The post ମନ୍ଦିର ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ଦଳିଦେଲା ଦନ୍ତା appeared first on Odisha Reporter.
from Odisha Reporter https://ift.tt/PVfmIQj
No comments:
Post a Comment