ନୂଆଦିଲ୍ଲୀ: ବଢ଼ିଲା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ତାଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ପ୍ରତିବନ୍ଧକ। ମଦ ଦୁର୍ନୀତି ମାମଲାରେ ସିବିଆଇ ସିସୋଦିଆଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି। ଏହି ସର୍କୁଲାରରେ ସେହି ସମସ୍ତ ବ୍ୟକ୍ତିଙ୍କ ନାଁ ରହିଛି ଯେଉଁମାନଙ୍କ ବିରୁଦ୍ଧରେ ସିବିଆଇ FIR ରୁଜୁ କରିଛି। ଏହି ନୋଟିସ ଜାରି ହେବା ପରେ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ଆଉ ଦେଶ ଛାଡି ବିଦେଶକୁ ଯାଇ ପାରିବେ ନାହିଁ । ଯଦି ସେ ଏହାକୁ ଅବମାନନା କରନ୍ତି ତେବେ ତାଙ୍କୁ ଗିରଫ କରାଯିବ।
ତେବେ ସିବିଆଇ ଦ୍ୱାରା ଜାରି କରାଯାଇଥିବା ନୋଟିସ୍ରେ ମୁମ୍ବାଇର ଏଣ୍ଟରଟେନମେଣ୍ଟ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ସିଇଓ ବିଜୟ ନାୟରଙ୍କ ନାଁ ସାମିଲ ନାହିଁ। ପ୍ରକୃତରେ ବିଜୟ ନାୟାର ତାଙ୍କ ବ୍ୟକ୍ତିଗତ କାମ ପାଇଁ ଦେଶ ବାହାରେ ଅଛନ୍ତି। ଶନିବାର ଦିନ ନାୟାର ଏକ ବିବୃତ୍ତି ଜାରି କରି କହିଥିଲେ ଯେ ମୁଁ ଦେଶ ଛାଡି ପଳାଇ ନାହିଁ କିନ୍ତୁ ମୋର ବ୍ୟକ୍ତିଗତ କାମ ଯୋଗୁ ବାହାରକୁ ଆସିଛି।
CBI issues Look Out Circular (LOC) against all accused including Delhi Dy CM, Manish Sisodia, named in the Delhi Excise Policy scam: Sources pic.twitter.com/kN8mLKzZPR
— ANI (@ANI) August 21, 2022
ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଶନିବାର ପଚରାଉଚରା ଆରମ୍ଭ କରିଥିଲା ଓ ତିନି ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିଥିଲା। ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍ଆଇଆର୍ରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାଁ ସାମିଲ ଅଛନ୍ତି। ଏଥିରୁ ୩ ଜଣ ଅଭିଯୁକ୍ତଙ୍କୁ ଗତକାଲି ସିବିଆଇ ଅଫିସକୁ ଡକାଇ ପୁଚରାଉଚରା କରିଥିଲା।
ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ ଗିରଫ କରାଯିବା ନେଇ ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ, ‘କେନ୍ଦ୍ର ସରକାର ଦିଲ୍ଲୀର ଶିକ୍ଷା କ୍ଷେତ୍ରରେ କରାଯାଇଥିବା ବଡ କାମ ଉପରେ ବ୍ରେକ୍ ଲଗାଇବାକୁ ଚାହୁଁଛନ୍ତି। ସେଥିପାଇଁ ମୋତେ ୨ରୁ ୪ ଦିନ ମଧ୍ୟରେ ଗିରଫ କରାଯାଇପାରେ।’
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସିବିଆଇ ସିସୋଦିଆଙ୍କ ବାସଭବନରେ ରେଡ୍ କରିଥିଲା। ଏଥିସହ କିଛି ସରକାରୀ ଅଫିସର ଓ ବ୍ୟବସାୟୀଙ୍କ ଠିକଣା ସମେତ ୩୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଇଲେକ୍ଟ୍ରୋନିକ ଗ୍ୟାଜେଟ୍ ଜବତ ହୋଇଥିଲା। ଏଗୁଡିକର ତଦନ୍ତ ଚାଲିଛି। ସେପଟେ ସିବିଆଇର ଏଭଳି ଅତର୍କିତ ଚଢ଼ାଉକୁ ଆମ୍ ଆଦମୀ ପାର୍ଟି ଏହି ରେଡ୍କୁ ନିନ୍ଦା କରିଛି।
ଏହାରି ଭିତରେ ସିସୋଦିଆ ଆଜି ସକାଳେ ଏକ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଏକ ଭିଡିଓ ସେୟାର କରି ସିସୋଦିଆ ଲେଖିଛନ୍ତି- ‘ଧୀରେ ଧୀରେ, ଋତୁଗୁଡିକ ମଧ୍ୟ ବଦଳିବାରେ ଲାଗେ, କିନ୍ତୁ ପବନ ମଧ୍ୟ ଆପଣଙ୍କ ଗତି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି।’
माना कि धीरे धीरे तो,
मौसम भी बदलते रहते हैं,
आपकी रफ़्तार से तो,
हवाएं भी हैरान हैं साहब. pic.twitter.com/BjiQ7avtIz— Manish Sisodia (@msisodia) August 21, 2022
The post ମନୀଷ ସିସୋଦିଆଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ବ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/PiITchU
No comments:
Post a Comment